www.samajalive.in
Monday, December 8, 2025
20.1 C
Bhubaneswar

ସାଧାରଣରେ ଦେଖାଦେଲେ କିମ୍ ଜୋଙ୍ଗଙ୍କ ପତ୍ନୀ

ପୌଙ୍ଗୟାଙ୍ଗ : ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପତ୍ନୀ ରି ସୋଲ୍‌ ଜୁ ବୁଧବାର ସର୍ବସାଧାରଣରେ ଦେଖାଦେଇଛନ୍ତି। ରାଜଧାନୀ ପୌଙ୍ଗୟାଙ୍ଗର ମାନସୁଦାଏ ଆର୍ଟ ଥିଏଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରି ସୋ ଜୁ ଘର ବାହାରକୁ ଆସିଥିବାବେଳେ ସାଧାରଣ ଲୋକେ ତାଙ୍କୁ ଦେଖିବାକୁ ପାଇଥିଲେ। କିମ୍‌ ଜୋଙ୍ଗଙ୍କ ଖୁଡୀ ମଧ୍ୟ ତାଙ୍କ ସହିତ ବାହାରକୁ ବାହାରିଥିଲେ। କିମ୍‌ଙ୍କ ଖୁଡି ଦକ୍ଷିଣ କୋରିଆର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି। କିମଙ୍କ ପତ୍ନୀ ଓ ଖୁଡୀ ବାହାରକୁ ବାହାରିବାର ଫଟୋ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ରିପୋର୍ଟ ଅନୁଯାୟୀ କିମ୍‌ଙ୍କ ପତ୍ନୀ ଗତ ସେପ୍ଟେମ୍ବର ୯ ତାରିଖରେ ଶେଷ ଥର ପାଇଁ ଘର ବାହାରକୁ ବାହାରିଥିଲେ। କରୋନା ମହାମାରୀ କାରଣରୁ ଶାସକଙ୍କ ପରିବାର ବାହାରକୁ ବାହାରୁ ନ ଥିଲେ। ସେ ସମୟରେ ସେ ସ୍ବାମୀ କିମ୍‌ଙ୍କ ସହ ‘କୁମସୁସାନ୍‌ ପାଲେସ୍‌ ଅଫ୍‌ ଦି ସନ୍‌’ ପରିଦର୍ଶନରେ ଯାଇଥିଲେ। ସେଠାରେ କିମ୍‌ଙ୍କ ଜେଜେ ଓ ବାପାଙ୍କ ଶବ ସଂରକ୍ଷିତ ରହିଛି। ପତ୍ନୀ ରି ସୋଲ୍‌ ଜୁଙ୍କ ସହ କିମ୍‌ ଥିଏଟର୍‌ରେ ଉପସ୍ଥିତ ହେବା ଦେଖି ହର୍ଷୋତ୍‌ଫୁଲ୍ଲିତ ଦର୍ଶକଗଣ ବଡ଼ ପାଟିରେ ‘ହୁରେ’ ବୋଲି କହିଥିଲେ। ସୋ’ ଶେଷ ହେବା ପରେ କିମ୍‌ ଦମ୍ପତି ମଞ୍ଚରେ କଳାକାରମାନଙ୍କ ସହ କରମର୍ଦନ କରିବା ସହ ଫଟୋ ଉଠାଇଥିଲେ। ସାମାଜିକ, ବ୍ୟାବସାୟିକ ଏବଂ ସାମରିକ ଗସ୍ତରେ କିମ୍‌ଙ୍କ ସହ ଯାଇ ଏକଦା ରି ଅନ୍ତର୍ଜାତୀୟ ସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିମ୍ ଓ ରିଙ୍କର ୩ଟି ସନ୍ତାନସନ୍ତତି ଅଛନ୍ତି; କିନ୍ତୁ ସାଧାରଣ ଜନତା ସେମାନଙ୍କ ବିଷୟରେ କିଛି ଜାଣନ୍ତି ନାହିଁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories