www.samajalive.in
Monday, December 8, 2025
20.1 C
Bhubaneswar

କିଶୋରମାନଙ୍କୁ କୋଭିଡ୍ ଦ୍ୱିତୀୟ ଡୋଜ ଟିକା ନେଇ ତତ୍ପର ହେବାକୁ କେନ୍ଦ୍ରର ପରାମର୍ଶ

କୋଭିଡ ଟିକାକରଣ କାର୍ଯ୍ୟସୂଚୀକୁ ଠିକ୍ ସମୟରେ ସମାପ୍ତ କରିବା ଏବଂ ଟିକା ଗ୍ରହୀତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରି କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କିଶୋରମାନଙ୍କୁ ଦ୍ୱିତୀୟ ଡୋଜ କୋଭିଡ ଟିକା ଦେବା ନେଇ ସମୀକ୍ଷା କରିବାକୁ କହିଛନ୍ତି।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଲେଖିଥିବା ଏକ ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ କିଶୋର ଜନସଂଖ୍ୟା ଏବଂ ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ରକ୍ଷାକରି ଟୀକାକରଣ କାର୍ଯ୍ୟସୂଚୀକୁ ଠିକ୍ ସମୟରେ ଶେଷ କରିବା ଏବଂ ସେମାନଙ୍କ ମଧ୍ୟରେ ଟିକା ଜନିତ ବିଶ୍ୱାସ ବଜାୟ ରଖିବା ଉଚିତ୍।

- Advertisement -

ସେ କହିଛନ୍ତି, ୧୫-୧୮ ବର୍ଷ ବୟସର ହିତାଧିକାରୀଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ କଭରେଜକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ପତ୍ର ଲେଖାଯାଇଛି ଏବଂ ପ୍ରଥମ ଡୋଜ ଟିକା ନେଇନଥିବା କିଶୋରମାନଙ୍କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଟିକା ଦେବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି।

କୋଭିଡ-୧୯ ଟୀକାକରଣ କାର୍ଯ୍ୟସୂଚୀକୁ ଠିକ ସମୟରେ ସମାପ୍ତ କରିବା ଓ ଗ୍ରହୀତାଙ୍କୁ ଟୀକାକରଣର ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ଭୂଷଣ କହିଛନ୍ତି ଯେ କିଶୋରମାନଙ୍କୁ ଦ୍ଵିତୀୟ ଡୋଜ୍ ଟିକା ପ୍ରଦାନ କ୍ଷେତ୍ରରେ ପ୍ରତିଦିନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ ଜିଲ୍ଲା ସ୍ତରରେ ସମୀକ୍ଷା କରିବା ଆବଶ୍ୟକ।

ଜାନୁଆରୀ ୩ରେ ୧୫-୧୭ ବର୍ଷର କିଶୋରମାନଙ୍କୁ ଟୀକାକରଣ ଆରମ୍ଭ ହୋଇଥିଲା ଏବଂ ଏକ ମାସରୁ କମ୍ ସମୟ ମଧ୍ୟରେ ୬୩% ପିଲାଙ୍କୁ କୋଭିଡ ପ୍ରଥମ ଡୋଜ ଟିକା ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories