www.samajalive.in
Tuesday, December 9, 2025
16.1 C
Bhubaneswar

ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ପାଇଁ ଉପଜିଲାପାଳଙ୍କୁ ସ୍ମାରକପତ୍ର

ବାଙ୍କୀ:ଦୀର୍ଘ ଦିନ ଧରି କୋଭିଡ-୧୯ ପ୍ରଭାବରେ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଠପଢା ବାଧାପ୍ରାପ୍ତ ହୋଇଥିବା ହେତୁ ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅନଲାଇନ୍ ପାଠପଢା ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ସାମାଜିକ, ଅର୍ଥନୈତିକ ଦୁର୍ବଳ ଅବସ୍ଥା ଯୋଗୁ ଗ୍ରାମାଞ୍ଚଳର ପିଲାମାନେ ମୋବାଇଲ୍ ଅଭାବରୁ ପଠପଢି ପାରୁ ନଥିବା ଏବଂ ଠିକ୍ ସମୟରେ ମୋବାଇଲ୍ ନେଟ୍ଓାର୍କ ରହୁନଥିବାରୁ ଅନଲାଇନ ପାଠପଢା ମଧ୍ୟ କରିପାରିନାହାନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାଦଶ ବୋର୍ଡ ପରୀକ୍ଷା କରିବା ନିଷ୍ପତ୍ତିକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ବିରୋଧ କରିଛି।

 

- Advertisement -

ରାଜ୍ୟ ସଂଯୋଜକଙ୍କ ତତ୍ତ୍ବାବଧାନରେ ଛାତ୍ର ନେତା ସତ୍ୟଜିତ୍ ମହାନ୍ତିଙ୍କ ନେତୃତ୍ୱରେ ବାଙ୍କୀ ମହାବିଦ୍ୟାଳୟର ଛାତ୍ରମାନେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ଏକ ଦାବିପତ୍ର ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି। ଛାତ୍ର ନେତା ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଛାତ୍ର ରାଜେନ୍ଦ୍ର ମଲ୍ଲିକ, ଶୁଭଶ୍ରୀ ମହାପାତ୍ର, ବିକାଶ ମହାପାତ୍ର, ବିଶ୍ୱଜିତ୍ ମହାରଣା, ସୁମିତ କୁମାର ରଣା, ଓମ ପ୍ରସାଦ ବେହେରା, ଦୁର୍ଗାପ୍ରସାଦ ସ୍ୱାଇଁ ପ୍ରମୁଖ ବହୁ ଛାତ୍ର ବାଙ୍କୀ ମହାବିଦ୍ୟାଳୟ ପରିସରରୁ ପଦଯାତ୍ରାରେ ଆସି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରୀକ୍ଷାକୁ ବାତିଲ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories