ନୂଆଦିଲ୍ଲୀ: ୨୦୨୨-୨୩ ବଜେଟରେ ଟିକସଦାତାଙ୍କୁ ସ୍ୱଳ୍ପ ଆଶ୍ୱସ୍ତି ଦେଇଛନ୍ତି ସରକାର । ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରଦାତାମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଟିକସ ଦାତାଙ୍କ ରିଟର୍ଣ୍ଣରେ ଯଦି କିଛି ଭୁଲ ଚିହ୍ନଟ ହୁଏ ତେବେ ସେମାନଙ୍କୁ ଅଧିକ ସମୟ ଦିଆଯାଇଛି । ଟିକସଦାତାଙ୍କ ରିଟର୍ଣ୍ଣ ଫାଇଲ ଗୋଟିଏ ବର୍ଷରୁ ଦୁଇ ବର୍ଷକୁ ବୃଦ୍ଧି କରାଯାଇଛି । ହେଲେ ଟିକସଦାତାମାନେ ଆୟକର ସ୍ଲାବରେ କୌଣସି ଆରାମ ପାଇନାହାଁନ୍ତି। ଆୟକର ରିଟର୍ଣ୍ଣ ସ୍ଲାବ ସମାନ ରହିଛି । ଏଥିରେ କୌଣସି ପ୍ରତ୍ୟକ୍ଷ ରିହାତି ଦିଆଯାଇ ନାହିଁ ।
ଅନ୍ୟପଟେ ଆୟକର ସ୍ଲାବରେ ପରିବର୍ତ୍ତନକୁ ନେଇ ମଧ୍ୟବିତ୍ତଙ୍କ ଉପରେ ବହୁତ ଆଶା ଥିଲା । ହେଲେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ବ୍ୟତୀତ, ରିହାତି ଉପରେ କୌଣସି ଆରାମ ପ୍ରଦାନ କରାଯାଇ ନାହିଁ ।



