www.samajalive.in
Monday, December 8, 2025
27.1 C
Bhubaneswar

ୟୁଟ୍ୟୁବରେ ବି ଆଗରେ ମୋଦୀ: କୋଟିଏ ଟପିଲା ସବ୍ସକ୍ରାଇବର ସଂଖ୍ୟା, ବହୁତ ପଛରେ ବାଇଡେନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ସବ୍ସକ୍ରାଇବରଙ୍କ ସଂଖ୍ୟା ୧ କୋଟି ଟପିଯାଇଛି। ଏହି ସଂଖ୍ୟା ଅନ୍ୟ ନେତାମାନଙ୍କ ଚ୍ୟାନେଲ ସଂଖ୍ୟାଠାରୁ ବହୁତ ଅଧିକ। ଭାରତର ଅନ୍ୟ ବଡ଼ ବଡ଼ ନେତାମାନଙ୍କ ୟୁଟ୍ୟୁବ ଚ୍ୟାନେଲରେ ସବ୍ସକ୍ରାଇବର ସଂଖ୍ୟା କିଛି ଲକ୍ଷରେ ଥିବା ବେଳେ ମୋଦୀଙ୍କ ଚ୍ୟାନେଲରେ ଏହି ସଂଖ୍ୟା କୋଟିଏ ପାର ହୋଇଛି। ଆସନ୍ତୁ ଜାଣିବା ଅନ୍ୟ ନେତାମାନଙ୍କ ସବ୍ସକ୍ରାଇବର ସଂଖ୍ୟା କେତେ ରହିଛି –

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ମଧ୍ୟ ୟୁଟ୍ୟୁବରେ ଚ୍ୟାନେଲ ରହିଛି। ତାଙ୍କ ସବ୍ସକ୍ରାଇବରଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫.୨୫ ଲକ୍ଷ ରହିଛି। ଯେଉଁଠି କି ମୋଦୀଙ୍କ ସବ୍ସକ୍ରାଇବର ସଂଖ୍ୟା ୧ କୋଟି ପାର ହୋଇଛି।

- Advertisement -

ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ୟୁଟ୍ୟୁବ ସବ୍ସକ୍ରାଇବର ସଂଖ୍ୟା ରାହୁଲ ଗାନ୍ଧୀଙ୍କଠାରୁ ମଧ୍ୟ କମ୍‌। ତାଙ୍କ ଚ୍ୟାନେଲରେ ୪.୩୯ ଲକ୍ଷ ସବ୍ସକ୍ରାଇବର ଅଛନ୍ତି, ଯାହାକି ପ୍ରଧାନମନ୍ତ୍ରୀଙ୍କ ସବ୍ସକ୍ରାଇବର ସଂଖ୍ୟା ତୁଳନାରେ ବହୁତ କମ୍‌। ଏପରିକି କଂଗ୍ରେସର ୟୁଟ୍ୟୁବ ଚ୍ୟାନେଲରେ ୧୭.୯ ଲକ୍ଷ ସବ୍ସକ୍ରାଇବର ଅଛନ୍ତି।

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କର ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ଓୱେସୀଙ୍କ ସବ୍ସକ୍ରାଇବର ସଂଖ୍ୟା ୩.୭୩ ଲକ୍ଷ।

ସେହିପରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କର ମଧ୍ୟ ୟୁଟ୍ୟୁବ ଚ୍ୟାନେଲ ଅଛି। ତାଙ୍କ ସବ୍ସକ୍ରାଇବରଙ୍କ ସଂଖ୍ୟା ୨.୧୨ ଲକ୍ଷ। ଏଠାରେ ଉଲ୍ଲେଖଯୋଗ୍ୟ, ଏମ୍‌କେ ଷ୍ଟାଲିନ୍‌ ଡିଏମକେର ମୁଖ୍ୟ। ୨୦୧୮ରେ ତାଙ୍କୁ  ଏହି ଦାୟିତ୍ବ ମିଳିଥିଲା। ସେ ୟୁଟ୍ୟୁବ ବ୍ୟତୀତ ଟ୍ବିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟ ସକ୍ରିୟ ଅଛନ୍ତି।

ଆମ୍‌ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କର ୟୁଟ୍ୟୁବରେ ଚ୍ୟାନେଲ ରହିଛି। ୟୁଟ୍ୟୁବ ବ୍ୟତୀତ ସେ ଟ୍ବିଟର ଓ ଫେସବୁକରେ ମଧ୍ୟ ସକ୍ରିୟ ଅଛନ୍ତି। ୟୁଟ୍ୟୁବରେ ତାଙ୍କ ସବ୍ସକ୍ରାଇବର ସଂଖ୍ୟା ୧.୩୭ ଲକ୍ଷ ରହିଛି। ମୋଦୀଙ୍କ ଚ୍ୟାନେଲରେ ସବ୍ସକ୍ରାଇବର ସଂଖ୍ୟା ଅନ୍ତର୍ଜାତୀୟ ନେତାଙ୍କଠାରୁ ମଧ୍ୟ ଅଧିକ।

ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋଙ୍କ ଚ୍ୟାନେଲରେ ସବ୍ସକ୍ରାଇବର ସଂଖ୍ୟା ୩୬ ଲକ୍ଷ, ଅପର ପକ୍ଷରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରିଜଙ୍କ ସବ୍ସକ୍ରାଇବର ୩୦.୭ ଲକ୍ଷ, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସବ୍ସକ୍ରାଇବର ସଂଖ୍ୟା ୨୮.୮ ଲକ୍ଷ, ହ୍ବାଇଟ୍‌ ହାଉସର ସବ୍ସକ୍ରାଇବର ସଂଖ୍ୟା ୧୯ ଲକ୍ଷ ଓ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଚ୍ୟାନେଲରେ ସବ୍ସକ୍ରାଇବରଙ୍କ ସଂଖ୍ୟା ୭.୦୩ ଲକ୍ଷ।

.

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories