www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ ୨୦୨୨-୨୩ ବଜେଟର ଟିକିନିଖି ଖବର

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହେଲା ୨୦୨୨-୨୩ ବଜେଟ୍‍ । ବଜେଟ୍‍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚାଷୀଙ୍କୁ ପ୍ରାଧାନ୍ୟ ଦେଲେ ସରକାର । ରସାୟନ ମୁକ୍ତ ଚାଷକୁ ପ୍ରୋତ୍ସାରହନ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନିର୍ମଳା କହିଛନ୍ତି । ଚାଷୀଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବା ସହ ଚାଷୀଙ୍କ ଠାରୁ ଏମଏସପି ଦରରେ ରେକର୍ଡ ସଂଖ୍ୟକ ଉତ୍ପାଦିତ ଦ୍ରବ୍ୟ କିଣାଯିବ ବୋଲି କହିଲେ ଅର୍ଥମନ୍ତ୍ରୀ । ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇଦିଅଯିବ । ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବଢାଯିବ । ତାହା ସହ ପିଲାଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଇଟିଆଇରେ ଡିଜିଟାଲ ସ୍କିଲର କୋର୍ସ ଆରମ୍ଭ କରାଯିବ । ଗୋଟିଏ ବର୍ଷରେ ୨୦ ହଜାର କୋଟି ବ୍ୟୟବରାଦରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ଏହି ବଜେଟ୍‍ ପ୍ରସ୍ତୁତ କରାଯାଇଥିବା କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ମେକ୍ ଇନ୍ ଇଣ୍ଡିଆ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର ।

ତାହା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଆଇଟି ଓ ଘରୋଇ ସେକ୍ଟରକୁ ପୋତ୍ସାହନ ଦିଆଯିବା ସହ ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଗଡିବ । ୫ଟି ନଦୀକୁ ସଂଯୋଗୀ କରଣ କରାଯିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories