www.samajalive.in
Monday, December 8, 2025
27.1 C
Bhubaneswar

ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ଆଖିବୁଜିଲେ ଯୁବକ

ବ୍ରହ୍ମପୁର: ଗୋଳନ୍ତରା ଥାନା ପରିସରରେ ନିଜ ଦେହରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଯୁବକ ସନ୍ତୋଷ ସମନ୍ତରା ଓରଫ କଳିଆଙ୍କ ଆଜି ସକାଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ତୋଷ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କାଳିଆ ଏକ ହତ୍ୟା ମମଲାରେ ସାକ୍ଷୀ ଥିବାରୁ ତାଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ଧମକ ଦିଆଯାଉଥିଲା ।

ଏ ନେଇ କାଳିଆ ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ସହ ନିଜ ପାଇଁ ସୁରକ୍ଷା ବ୍ୟବସ୍ଥା କରିବାକୁ ପୁଲିସକୁ ଜଣାଇଥିଲେ । ହେଲେ ତାଙ୍କ ଅଭିଯୋଗକୁ ପୁଲିସ ଗୁରୁତର ସହ ନେଇନଥିଲା । ତେଣୁ ସେ ଅତିଷ୍ଠ ହୋଇ ଥାନା ପରିସରରେ ହିଁ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରରେ ନିଆଁ ଲାଗିବା ପରେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ କାଳିଆଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ କାଳିଆଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories