www.samajalive.in
Monday, December 8, 2025
27.1 C
Bhubaneswar

ସଂସଦରେ ୨୦୨୨-୨୩ ଅର୍ଥମନ୍ତ୍ରୀଙ୍କ ବଜେଟ୍‍ ଉପସ୍ଥାପନ

ନୂଆଦିଲ୍ଲୀ : ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‍ ଉପସ୍ଥାପନ କରୁଛନ୍ତି। ଚତୁର୍ଥ କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। କରୋନା ମହାମାରୀ ସମୟରେ ଏହା ଦେଶର ୨ୟ କାଗଜରହିତ ବଜେଟ୍‍। ଲାଲ ରଙ୍ଗର ପ୍ୟାକେଟ ମଧ୍ୟରେ ଟ୍ୟାବଲେଟରେ ଦେଶର ବଜେଟ୍‍ ରହିଛି।
– ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ବଜେଟ୍‍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨%  ।
– ୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛନ୍ତି।
– ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଇ ପାରୁଛି।
– ସ୍ୱାସ୍ଥ୍ୟ ଭିତ୍ତିଭୂମି,ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି।
– ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି।
– ନୀଳାଚଳ ଇସ୍ପାତ ନିଗମ ଲି,ବିନିବେଶ ଚୂଡାନ୍ତ କରାଯାଉଛି।
– ସମସ୍ତ ଗମନାଗମନ ରେଲ୍‍, ରୋଡ୍‍ , ଏୟାରୱେଜ, ୱାଟରୱେଜ, ବ୍ୟବସ୍ଥା ପାଇଁ ‘ପିଏମ୍‍ ଗତିଶକ୍ତି’ ଆରମ୍ଭ ହେଉଛି। ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି।
– ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ। ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ।
– ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ ଉପଯୋଗ ହେବ। ୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟରେ ବ୍ୟବସ୍ଥା ରହିଛି।
– ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ ରହିଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories