ନୂଆଦିଲ୍ଲୀ: ବଜେଟ୍ ପୂର୍ବରୁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିବୃତି ରଖିଛନ୍ତି । ୨୦୨୨-୨୩ ବଜେଟ୍ ଉପସ୍ଥାପନା ପୂର୍ବରୁ ନିର୍ମଳା ବିଭିନ୍ନ ପ୍ରସଙ୍ଗ ନେଇ ନିଜର ବିବୃତି ରଖିଛନ୍ତି । ନିର୍ମଳା କହିଛନ୍ତି, ଚଳିତ ବର୍ଷର ଅଭିବୃଦ୍ଧି ହାର ୯.୨% ରହିଛି । ୨୦୧୪ରୁ ଲୋକଙ୍କ ସଶକ୍ତିକରଣ ଉପରେ ନଜର ଦେଇଛନ୍ତି ସରକାର । ଆତ୍ମଭାରତ ଜରିଆରେ ଦେଶରେ ୬୦ଲକ୍ଷ ନୂଆ ନିଯୁକ୍ତି ସୃୃଷ୍ଟି କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଟିକାକରଣକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ନିର୍ମଳା । ଦେଶରେ କରୋନା ସଂକ୍ରମଣ ଜାରି ରହିଛି । କରୋନାକୁ ମାତ୍ ଦେବାକୁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଡେବିଟ୍ ଜରିଆରେ ଲୋକଙ୍କ ନିକଟରେ ଟଙ୍କା ପହଞ୍ଚାଉଛନ୍ତି ସରକାର । ଚଳିତ ବଜେଟରେ ସମାଜର ବିଭିନ୍ନ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ନିର୍ମଳା କହିଛନ୍ତି । ଲୋକଙ୍କୁ ସମସ୍ତ ସେବା ଯୋଗାଇ ଦେବାକୁ ସରକାର ସବୁବେଳେ ଚେଷ୍ଟା କରିଆସୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ।
Popular Categories



