www.samajalive.in
Monday, December 8, 2025
27.1 C
Bhubaneswar

ଉଦଘାଟନ ପରେ କାମରେ ଆସୁନି ସୂଚନା କେନ୍ଦ୍ର, ଝୁଲୁଛି ତାଲା

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ସୂଚନା କେନ୍ଦ୍ର ତଥା ପାଠାଗାର କାର୍ୟ୍ୟାଳୟଟି ଗତ ୧୫ ମାସ ତଳେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଉଦଘାଟନ ହୋଇଥିଲା । କିନ୍ତୁ ପରିତାପର ବିଷୟ ସେହିଦିନ ଠାରୁ ଏହି କାର୍ୟ୍ୟାଳୟର ପାଣି ଏବଂ ବିଦ୍ୟୁତ କାମ ହୋଇନଥିବା କେତେବେଳେ କର୍ମଚାରୀ ନଥିବାର ଆଳ ଦେଖାଇ ବିଭାଗୀୟ କର୍ମଚାରୀ ତାଲା ପକାଇ ରଖିଛନ୍ତି ।ଫଳରେ ଯେଉଁ ଉଦେଶ୍ୟ ନେଇ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହଟି ନିର୍ମାଣ କରାଯାଇଥିଲା ତାହା ଫଳପ୍ରଦ ନହେବା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏଠାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ସାମନାରେ ଏକ ଘର ଭଡା ନେଇ ଏହି ସରକାରୀ କାର୍ୟ୍ୟାଳୟଟି ଖୋଲାଯାଇଥିଲା । ସେ ସମୟରେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରି ଏହି କାର୍ୟ୍ୟାଳୟ ଦାୟିତ୍ୱରେ ରହିଛନ୍ତି । ସିମୋର ପଞ୍ଚାୟତର ଗଁପୁର ଗ୍ରାମରେ ତାଙ୍କର ଘର ହୋଇଥିବାରୁ ସେ କେଉଁଦିନ ଅପରାହ୍ନରେ କାର୍ଯ୍ୟାଳୟଟି ଖୋଲୁଛି ତ ପୁଣି ଖୋଲୁନାହିଁ ।

ଅବସର ନେବା ପରେ ବିଭାଗ ତରଫରୁ ଅନ୍ୟ ଜଣେ ଲାଇବ୍ରେରିଆନ ସପ୍ତାହକୁ ତିନି ଦିନ ଆସିବା ପାଇଁ ନିର୍ଦ୍ଦେଶ ହୋଇଥିବାବେଳେ ସେ ଦିନକ ପାଇଁ ଏଠାକୁ ଆସିନାହାନ୍ତି । କାର୍ଯ୍ୟାଳୟଟି ବନ୍ଦ ଥାଇ ମଧ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଭଡା ଦେଉଛନ୍ତି । ପ୍ରଶାନ୍ତକୁମାର ଜଗଦେଵ ଏଠାର ବିଧାୟକ ଥିବା ସମୟରେ ୨୦୧୮ ମସିହା ନଭେମ୍ବର ମାସରେ ବେଗୁନିଆ ବ୍ଲକ ଆଗରେ ତତ୍କାଳୀନ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ ,ଭୁବନେଶ୍ୱର ଲୋକସଭା ସାଂସଦ ପ୍ରସନ୍ନକୁମାର ପାଟସାଣୀ ,ଅଧ୍ୟକ୍ଷ ସୁବାସ ସିଂହ ଏବଂ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଏହି କାର୍ୟ୍ୟାଳୟର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।ଗୃହ କାର୍ୟ୍ୟ ଶେଷ ହୋଇ ଦୀର୍ଘ ଏକ ବର୍ଷ ସେହି ଘରେ ତାଲା ପଡି ରହିବା ଯୋଗୁଁ ଏ ସମ୍ପର୍କରେ ଗଣମାଧ୍ୟମରେରେ ଖବର ପ୍ରକାଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଲୋକସମ୍ପର୍କ ବିଭାଗ ତରଫରୁ ୨୦୨୦ ଅକ୍ଟୋବର ମାସରେ ତରବରିଆ ଭାବେ ବର୍ଷାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ରକୁମାର ସାହୁଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । କିନ୍ତୁ ଉଦଘାଟନ ହେବା ପରଠାରୁ ଗୃହକାର୍ୟ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଏବଂ କେତେବେଳେ କର୍ମଚାରୀ ନଥିବା ଆଳ ଦେଖାଇ କାର୍ୟ୍ୟାଳୟଟିରେ ତାଲା ଝୁଲୁଛି । ଏପରିକି ଉଦଘାଟନ ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କାର୍ୟ୍ୟାଳୟର ନାମ ଫଳକ ମଧ୍ୟ ମରାଯାଇନାହିଁ ।ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories