www.samajalive.in
Saturday, December 6, 2025
26.1 C
Bhubaneswar

ଫସିଲେ ସମିତିସଭ୍ୟ ପ୍ରାର୍ଥୀ, ବି.ଡି.ଓଙ୍କ ଏତଲା

ହରଭଙ୍ଗା: ହରଭଙ୍ଗା ବ୍ଲକ ପିତାମ୍ବରପୁର ପଂଚାୟତର କାନପୁର ଗ୍ରାମର ରାଜେଶ କହଁର ଭଳି ଜନୈକ ସମିତି ସଭ୍ୟ ପ୍ରାର୍ଥୀ ଶିକ୍ଷାଗତ ପ୍ରମାଣ ପତ୍ରରେ ଜନ୍ମ ତାରିଖ ଜାଲିଆତି କରି ଅଡୁଆରେ ପଡିଥିବା ଜଣାପଡିଛି । ଏ ସର୍ମ୍ପକରେ ହରଭଙ୍ଗା ବି.ଡି.ଓଙ୍କ ନିକଟରେ ଅଭିଯୋଗ ପରେ ବ୍ଲକ ପ୍ରଶାସନ ଘଟଣାର ଖୋଳତାଡ କରିଥିଲା । ନାମାଙ୍କପତ୍ର ଦାଖଲ ସମୟରେ ପ୍ରାର୍ଥୀ ଜଣଙ୍କ ଭୋଟର ପରିଚୟ ପତ୍ର ,ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରିଥିଲେ । ଭୋଟର ପରିଚୟ ପତ୍ର ପୋଟାର୍ଲରେ ଯାଂଚ ପରେ ତାଙ୍କର ବୟସ ୨୦ବର୍ଷ ହୋଇଥିବା ଜଣାପଡିଥିଲା । ଠିକ ସେହିପରି ମାଟ୍ରିକ ଶିକ୍ଷାଗତ ପ୍ରମାଣପତ୍ର ଯାଂଚ ପାଇଁ ତିଲେଶ୍ୱର ଲାଲବାହାଦୂର ବିଦ୍ୟାପୀଠକୁ ବ୍ଲକ ପ୍ରଶାସନିକ ଟିମ ପଂହଚିଥିଲା ।

- Advertisement -

ସ୍କୁଲରେ ଯାଂଚପରେ ରାଜେଶଙ୍କ ପ୍ରକୃତ ଜନ୍ମ ତାରିଖ ୨୭.୦୩.୨୦୦୧ ବୋଲି ଜଣାପଡିଥିଲା । ମାତ୍ର ସେ ମାଟ୍ରିକ ଶିକ୍ଷାଗତ ପ୍ରମାଣପତ୍ରରେ ଜନ୍ମ ତାରିଖକୁ ଜାଲିଆତି କରି ୦୫.୧୦,୨୦୦ ମସିହା କରିଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା । ଜନୈକ ପ୍ରାର୍ଥୀଙ୍କୁ ଫୋନ ଯୋଗେ ବାରମ୍ବାର ବ୍ଲକ ପ୍ରଶାସନ ଡକାଇଥିଲେ ମଧ୍ୟ ସେ କୌଣସି ଉତର ନ ଦେବାରୁ ପ୍ରଶାସନର ତାଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା ।ଫଳରେ ହରଭଙ୍ଗା ବି.ଡି.ଓ ଶ୍ମିତା ରଥ ଏ ସର୍ମ୍ପକରେ ପୁରୁଣାକଟକ ଥାନାରେ ଏତେଲା ଦେଇଥିବା ସେ ସୂଚନା ଦେଇଛନ୍ତି । ଏ ସର୍ମ୍ପକରେ ପୁରୁଣାକଟକ ଆଇ. ଆଇ.ସି ଜ୍ୟୋସ୍ନା କାଉଁରୀଙ୍କୁ ପଚାରିବାରୁ ବି.ଡି.ଓ ଦେଇଥିବା ଏତେଲା ଉପରେ ତଦନ୍ତ ଚାଲିଥିବା କହିଛନ୍ତି । ମାତ୍ର ପ୍ରାର୍ଥୀ ଜଣଙ୍କ ଜାଲିଆତି ସର୍ମ୍ପକରେ ଅନଭିଜ୍ଞଥିବା ଜଣାପଡିଛି । ସେ ଜଣେ ଅତି ସରଳ ବ୍ୟକ୍ତି ହୋଇଥିବାରୁ ତାଙ୍କୁ କିଏ ଫସାଇଦେଇଥିବା ଚର୍ଚ୍ଚା ହେଉଛି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories