www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ ଏହି ସ୍ଥାନ ବିଷୟରେ

ଭ୍ରମଣ ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ଦୈନନ୍ଦିନ ଜୀବନଶୈଳୀରୁ ନିଜକୁ ଦୂରରେ ରଖି ଜୀବନରେ ଖୁସି ଭରିବାକୁ ସଭିଏଁ ଭ୍ରମଣ ପାଇଁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଆମେ ସଭିଏଁ ଇଚ୍ଛା କରିଥାଉ ଯେ, ଯେଉଁ ସମସ୍ତ ସ୍ଥାନକୁ ଆମେ ଭ୍ରମଣ ପାଇଁ ଯାଉଛେ, ତାହା ଆମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହୁ। ଏହି କାରଣରୁ ଆମେ ଯେଉଁ ସ୍ଥାନକୁ ବୁଲିବାକୁ ଯାଉ ସେଠାକାର ଭିନ୍ନ ସ୍ଥାନ, ଖାଦ୍ୟପେୟ, ବିଭିନ୍ନ ସାମଗ୍ରୀ ହିଁ ଆମକୁ ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। ଏତଦ ବ୍ୟତୀତ ନିଜ ଭ୍ରମଣକୁ ସର୍ବଦା ସ୍ମରଣୀୟ ରଖିବା ପାଇଁ ସେଠାକାର ସ୍ମୃତି ବହନ କରୁଥିବା କିଛି ଜିନିଷ ଆଣନ୍ତୁ। ଆସନ୍ତୁ ଜାଣିବା କେଉଁ ରାଜ୍ୟକୁ ବୁଲିବାକୁ ଗଲେ ସେଠାକାର କେଉଁ ପ୍ରସିଦ୍ଧ ଜିନିଷ ନିଜ ସହ ଆଣିବେ ……..
ଜାମ୍ମୁ କାଶ୍ମୀର –
ଯଦି ଆପଣ ଜାମ୍ମୁ କାଶ୍ମୀର ବୁଲିବାକୁ ଯାଆନ୍ତି, ତେବେ ସେଠାରୁ ବିଭିନ୍ନ ଶୀତବସ୍ତ୍ର ଯେପରି ସୁନ୍ଦର ରଙ୍ଗବେରଙ୍ଗର ସାଲ୍‍ , ଚାଦର, କାଗଜରେ ପ୍ରସ୍ତୁତ ଆକର୍ଷଣୀୟ ଦ୍ରବ୍ୟ ମଧ୍ୟ କିଣିପାରିବେ।
ଝାଡ଼ଖଣ୍ଡ –
ଏଠାରେ ପିତ୍ତଳରେ ନିର୍ମିତ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି କିଣିପାରିବେ। ଏହି ସ୍ଥାନରେ ହିଁ ପ୍ରଥମଥର ପିତ୍ତଳକୁ ତରଳାଇ ଛାଞ୍ଚରେ ଦେବାଦେବୀଙ୍କ ମୂର୍ତ୍ତି ନିର୍ମିତ ହୋଇଥିଲା ବୋଲି କୁହାଯାଏ।୍ୟ
କର୍ଣ୍ଣାଟକ-
ଏତଦ୍ ବ୍ୟତୀତ କର୍ଣ୍ଣାଟକରୁ ପ୍ରସିଦ୍ଧ ରେଶମୀ ପୋଷାକ, ଶାଢୀ ମଧ୍ୟ କିଣିପାରିବେ। ଏଠାରେ ରେଶମରେ ପ୍ରସ୍ତୁତ ପୋଷାକ, ଶାଢୀ ନିଜର ସ୍ୱତନ୍ତ୍ର କାରୁକାର୍ୟ୍ୟ, ଉନ୍ନତ ମାନର ବୁଣିବା ଶୈଳୀ କାରଣରୁ ସାରା ଦୁନିଆରେ ଖୁବ ପ୍ରସିଦ୍ଧ।
ଗୁଜୁରାଟ –
ଗୁଜୁରାଟରେ କାଚରେ ହୋଇଥିବା କାରୁକାର୍ୟ୍ୟର ବହୁ ଜିନିଷ ଆପଣ ବିିଭିନ୍ନ ସ୍ଥାନରେ ଦେଖିବାକୁ ପାଇବେ। ଛୋଟ ଛୋଟ କାଚର ଖଣ୍ଡ ଅଂଶକୁ ପ୍ରୟୋଗ କରାଯାଇ ବହୁ ସୁନ୍ଦର ସୁନ୍ଦର ସାଜସଜ୍ଜା ଦ୍ରବ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଆଭୂଷଣ ଆଦି ରଖିବା ପାଇଁ ଏଠାରେ ସୁନ୍ଦର ସୁନ୍ଦର ବାକ୍ସ ମଧ୍ୟ ମିଳିଥାଏ। ଏହି ସମସ୍ତ ପ୍ରକାରର ଜିନିଷ ଆପଣ ଅହମଦାବାଦର ଦୁଇଟି ପ୍ରମୁଖ ମାର୍କେଟରେ ପାଇପାରିବେ।
ହରିୟାଣା –
ପିତ୍ତଳ ଓ ପଥରରେ ନିର୍ମିତ ବିଭିନ୍ନ ସୁନ୍ଦର ମୂର୍ତ୍ତି, ପିତ୍ତଳ ବାସନକୁସନ ଆଦି ଏଠାରେ ମିଳିଥାଏ। ଏହାସହ କାଠରେ ନିର୍ମିତ ସୁନ୍ଦର ସୁନ୍ଦର ଦ୍ରବ୍ୟ ମଧ୍ୟ ଏଠାରେ ମଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories