ଉପଭୋକ୍ତାଙ୍କ ପାଇଁ ବିଏସଏନଏଲ ଆଣିଛି ଖୁସି ଖବର । ସାଧାରଣତନ୍ତ୍ର ଦିବସରେ ଏକ ଅଫର ଜାରି କରିଛି ବିଏସଏନଏଲ । ଜାନୁଆରୀ ୩୧ ୨୦୨୨ ଯାଏ ଏହି ଅଫର ରହିଛି । ଯାହା ଦ୍ୱାରା ଲୋକ ମାନେ ଏହି ଅଫର ଦ୍ୱାରା ଉପକୃତ ହୋଇପାରିବେ । ଏହି ଅଫରରେ ୭୫ ଦିନର ଅତିରିକ୍ତ ବୈଧତା ରହିଛି । ତେବେ ଜାଣି ନିଅନ୍ତୁ ଏହି ଅଫର ବିଷୟରେ ।
ବିଏସଏନଏଲ ଆଣିଛି ୨,୩୯୯ ଟଙ୍କାର ଅଫର । ଯାହା ଉପଭୋକ୍ତା ମନେ ମାତ୍ର ୩୬୫ ଦିନର ବୈଧତା ପାଇଥାନ୍ତି । ହେଲେ ବର୍ତ୍ତମାନ ଏହି ଅଫରରେ ଆପଣ ମାନେ ଆଉ ୭୫ ଦିନର ଅଧିକ ବୈଧତା ପାଇପାରିବେ । ଖାଲି ସେତିିକି ନୁହେଁ ଏହି ଅଫରରେ ମଧ୍ୟ ଆହୁରି ସୁବିଧା ଦେଇଛି କମ୍ପାନୀ । ଅଫର ଅନୁଯାୟୀ, ଉପଭୋକ୍ତାମାନେ ୩୬୫ ଦିନ ପରିବର୍ତ୍ତେ ୪୪୦ ଦିନର ମୋଟ ବୈଧତା ପାଇବେ । ଏହି ଯୋଜନାରେ ଉପଭୋକ୍ତାମାନଙ୍କୁ ଦୈନିକ ୩ଜିବି ଡାଟା ସହିତ ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ପ୍ରଦାନ କରିଥାଏ । ଲାଭ ୪୪୦ ଦିନ ପାଇଁ ସମାନ ରହିବ । ଏହି ଅଫର କେବଳ ଜାନୁୟାରୀ ୩୧, ୨୦୨୨ ପର୍ୟ୍ୟନ୍ତ ରହିଛି । ଜାନୁୟାରୀ ୩୧ ପରେ ଗ୍ରାହକ ମାନେ ଏହି ଅଫର ରିଚାର୍ଜ କଲେ ୭୫ ଦିନର ଅଧିକ ବୈଧତା ପାଇପାରିବେ ନାହିଁ । ଏହା ଛଡ଼ା ଆପଣ ଯଦି କମ୍ ଦାମର ରିଚାର୍ଜ କରିବାକୁ ଚାହୁଁଛନ୍ତି ତେବେ ଆପଣ ପିଭି ୧୯୯୯ ନେଇପାରିବେ । ଏହି ପ୍ଲାନ ଦ୍ୱାରା ଆପଣ ବର୍ଷକ ଯାକ ଲାଭ ଉଠାଇପାରିବେ । ତାହା ସହ ଆପଣଙ୍କୁ ମିଳିବ ୬ଶହ ଜିବି ଡାଟା ।



