www.samajalive.in
Monday, December 8, 2025
27.1 C
Bhubaneswar

୨୨ ମାସ ଶିଶୁର ଦେଢ ଲକ୍ଷ ସପିଙ୍ଗ୍‍

ନୂଆଦିଲ୍ଲୀ : ସପିଙ୍ଗ କରିବା ସଭିଁଙ୍କୁ ପସନ୍ଦ। ତାହା ପୋଷାକ ହେଉ ଅଥବା ଅନ୍ୟ ଜିନିଷ। ତେବେ ଯୁବକ,ଯୁବତୀ ସପିଙ୍ଗ କରିବା ସାଧାରଣ କଥା। ମାତ୍ର ଏକ ୨୨ ମାସ ଶିଶୁର ୧ ଲକ୍ଷ ୫୦ ହଜାରର ସପିଙ୍ଗ। କଥାଟା ଶୁଣିବାକୁ କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଉକ୍ତ ଶିଶୁ ନିଜ ମାଆଙ୍କ ଫୋନରୁ ୨ ,୦୦୦ ଡଲାର ପ୍ରାୟ ଦେଢଲକ୍ଷ ଟଙ୍କାର ଜିନିଷ ଅନଲାଇନରେ ଅର୍ଡର କରିଥିବା ଜଣାପଡିଛି। ତେବେ ଜିନିଷ ଅର୍ଡର କରିବା ପରେ ଏହା ଘରେ ପହଞ୍ଚିଥିବା ପରେ ଶିଶୁର ବାପା ଓ ମାଆ ଉଭୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଚିନ୍ତାରେ ପଡିଯାଇଥିଲେ ପୁଅ କିପରି ଏଭଳି କରିବ। ତେବେ ଏହା ପଛର ଘଟଣା ଖୁବ ରୋମାଞ୍ଚକର। ଏହି ଘଟଣା ଆମେରିକା ନ୍ୟୁଜର୍ସେରେ ରହୁଥିବା ଜଣେ ଭାରତୀୟ ଦମ୍ପତିଙ୍କର। ସେମାନେ ସୋସିଆଲ ମିଡିଆରେ ଏହି ଘଟଣାକୁ ସେୟାର କରିଛନ୍ତି। ଦମ୍ପତିଙ୍କ କହିବାନୁଯାୟୀ, ସେମାନେ ନିଜ ନୂଆ ଘର ପାଇଁ ଫର୍ଣ୍ଣିଚର କିଣିବାର ରହିଥିଲା। ଏହି କାରଣରୁ ମହିଳା ଜଣଙ୍କ ନିଜ ଫୋନରେ  ଏକ ସ୍ୱତନ୍ତ୍ର ୱେବ ସାଇଟ୍‍ ରେ କିଛି ଫର୍ଣ୍ଣିଚର ଖୋଜି ରଖିଥିଲେ। ଘରର ଠିକଣା ମଧ୍ୟ ସେଥିରେ ରହିଥିଲା। ମାତ୍ର ସେ ଜିନିଷ ଅର୍ଡର କରିନଥିଲେ। ଅଜାଣତରେ ତାଙ୍କ ପୁଅ ଫୋନଟିକୁ ନେଇ ସେ ସମସ୍ତ ଜିନିଷକୁ ଅର୍ଡର କରିଥିଲେ।  ଦମ୍ପତି ଏ ବିଷୟରେ କିଛି ମଧ୍ୟ ଜାଣିନଥିଲେ। ଘରକୁ ଗୋଟେ ପରେ ଗୋଟ ଫର୍ଣ୍ଣିଚର ଆସିବା ପରେ ତାହାର ମୂଲ୍ୟ ପାଖାପାଖି ଦେଢଲକ୍ଷ ଟଙ୍କା ହୋଇଥିଲା। ସେହି ସମୟରେ ଶିଶୁଙ୍କ ମାଆ ନିଜ ଫୋନ ଦେଖିବାରୁ ସମ୍ପୂର୍ଣ୍ଣ ଘଟଣା ବୁଝିପାରିଥିଲେ। ଘଟଣା ପରେ ମହିଳା ଜଣଙ୍କ ନିଜର ଭୁଲ ବୁଝିବା ସହ ସମସ୍ତ ବୈଦ୍ୟୁତିକ ଉପକରଣ ପ୍ରତି ଅଧିକ ରୁ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି। ଏହାସହ ଉକ୍ତ ଫର୍ଣ୍ଣିଚରକୁ ସେହି ୱେବ ସାଇଟ ଅନୁଯାୟୀ ଦୋକାନରେ ଫେରସ୍ତ କରିବା ସହ ଟଙ୍କା ଫେରି ପାଇବେ ବୋଲି ସୂଚନା ମିଳିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories