www.samajalive.in
Tuesday, December 9, 2025
16.1 C
Bhubaneswar

ରାଜୀବ ଗାନ୍ଧୀ ହତ୍ୟା ମାମଲା: ପୀଡ଼ିତଙ୍କ ପରିବାରର ଆବେଦନ ଶୁଣିବେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ : ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୭ଜଣଙ୍କ ଦଣ୍ଡ ରିଆତି ମାମଲା ପ୍ରତିବାଦରେ ଆଗତ ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ଆବେଦନକାରୀ, ରାଜୀବଙ୍କୁ ହତ୍ୟା ପାଇଁ ହୋଇଥିବା ବିସ୍ଫୋରଣରେ ପୀଡ଼ିତଙ୍କ ପରିବାରକୁ ସର୍ବୋଚ୍ଚ ନ୍ୟାୟାଳୟ ୪ବର୍ଷର ପୁରୁଣା ଆବେଦନକୁ ସଂଶୋଧନ ପୂର୍ବକ ସାନି ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଆବଶ୍ୟକ ଅତିରିକ୍ତ କାଗଜପତ୍ର ଦେବାକୁ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି। ତତ୍କାଳୀନ ଜୟଲଳିତା ସରକାର ଦୋଷୀଙ୍କୁ ଖଲାସ କରିବା ପାଇଁ ଗ୍ରହଣ କରିଥିବା ପ୍ରସ୍ତାବ ପ୍ରତିବାଦରେ ୨୦୧୪ ମାର୍ଚ୍ଚରେ ପୀଡ଼ିତଙ୍କ ପରିବାର ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରାଯାଇଥିଲା। ୧୯୯୧ରେ ଘଟିଥିବା ଏହି ବିସ୍ଫୋରଣରେ ରାଜୀବଙ୍କ ବ୍ୟତୀତ ୧୬ଜଣ ପ୍ରାଣ ହରାଇଥିଲେ। ଏଥିରେ ସମ୍ପୃକ୍ତ ୭ଜଣ ଏବେ ଜେଲ୍‍ରେ ଥିବାବେଳେ ସେମାନଙ୍କ ମୁକ୍ତି ପାଇଁ ତାମିଲନାଡ଼ୁ ସରକାର ଆବେଦନ କରିଛନ୍ତି। ଚଳିତ ମାସ ୬ତାରିଖରେ ଜଷ୍ଟିସ ଗୋଗଇ ଅଧ୍ୟକ୍ଷ ଥିବା ପୀଠ ତାମିଲନାଡ଼ୁ ସରକାରଙ୍କୁ ଦୋଷୀଙ୍କ ମୁକ୍ତି ଉପରେ ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦେଇଥିଲାବେଳେ ୯ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳ ପକ୍ଷରୁ ଏହା ସପକ୍ଷରେ ପ୍ରସ୍ତାବ ଗୃହୀତ ହୋଇଥିଲା। ବର୍ତ୍ତମାନ ଏହା ରାଜ୍ୟପାଳଭ୍‍କ ଇଜଲାସରେ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories