www.samajalive.in
Tuesday, December 9, 2025
16.1 C
Bhubaneswar

ମାଘ ମାସରେ କରନ୍ତୁ ଏହି କାର୍ଯ୍ୟ

ମାଘ ମାସ ଆରମ୍ଭ ହୋଇ ସାରିଛି। ଏହି ମାସରେ ସ୍ନାନ-ଦାନ କରିବା ଦ୍ୱାରା ଯଜ୍ଞ କରିବା ଭଳି ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତେବେ ଜ୍ୟୋତିର୍ବିଦଙ୍କ ମତାନୁଯାୟୀ, ରାଶି ଅନୁଯାୟୀ ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଜୀବନରେ ଥିବା ବାଧା ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ ……
ମେଷ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଲାଲ ଫୁଲ ପକାଇ ସ୍ନାନ କରିବା ଉଚିତ। ଲାଲ ମସୁର ଡାଲି ଦାନ କରନ୍ତୁ।
ବୃଷ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ କ୍ଷୀର ମିଶାଇ ସ୍ନାନ କରିବା ଉଚିତ। ପ୍ରଭୁ ଶଙ୍କରଙ୍କ ନିକଟରେ ଖିର ଭୋଗ କରନ୍ତୁ।
ମିଥୁନ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଅଳ୍ପ ଆଖୁ ରସ ମିଶାଇ ସ୍ନାନ କରନ୍ତୁ। ଅସହାୟ ଲୋକଙ୍କୁ ସବୁଜ ମୁଗ ଦାନ କରନ୍ତୁ।
କର୍କଟ – ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଜଳରେ ଅଳ୍ପ କ୍ଷୀର ମିଶାଇ ସ୍ନାନ କରିବା ଉଚିତ। ଅସହାୟଙ୍କୁ ଅଟା ଦାନ କରନ୍ତୁ।
ସିଂହ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଅଳ୍ପ କେସର ମିଶାଇ ସ୍ନାନ କରନ୍ତୁ। ତମ୍ବା ଲୋଟା ଓ ଚାଉଳ ଦାନ କରନ୍ତୁ।
କନ୍ୟା – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ମହୁ ମିଶାଇ ସ୍ନାନ କରନ୍ତୁ। ମନ୍ଦିରରେ ସବୁଜ ମୁଗ ଦାନ କରନ୍ତୁ।
ତୁଳା – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ କ୍ଷୀର ମିଶାଇ ସ୍ନାନ କରିବା ଉଚିତ। କ୍ଷୀର ଦାନ କରନ୍ତୁ।
ବିଛା – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଅଳ୍ପ ଲାଲ ଚନ୍ଦନ ମିଶାଇ ସ୍ନାନ କରନ୍ତୁ। ଅସହାୟଙ୍କୁ ଭୋଜନ ପ୍ରଦାନ କରନ୍ତୁ।
ଧନୁ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ହଳଦୀ ମିଶାଇ ସ୍ନାନ କରନ୍ତୁ। ଚଣାଡାଲି ଦାନ କରନ୍ତୁ।
ମକର ଓ କୁମ୍ଭ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ। ସ୍ନାନ ପରେ ଅସହାୟଙ୍କୁ ପୁରୀ ଓ ତରକାରୀ ଦାନ କରନ୍ତୁ।
ମୀନ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ହଳଦୀ ମିଶାଇ ସ୍ନାନ କରନ୍ତୁ। ଅସହାୟଙ୍କୁ ହଳଦୀ ଓ ହଳଦିଆ ବସ୍ତ୍ର ଦାନ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories