www.samajalive.in
Monday, December 8, 2025
20.1 C
Bhubaneswar

ରଗଡ଼଼ି ବୈାଦ୍ଧ ବିହାର ପରିଦର୍ଶନ କଲେ ଜାପାନ ବୈାଦ୍ଧ ଭିକ୍ଷୁ

ବାଙ୍କୀ: ଡମପଡ଼ା ବ୍ଲକ ରଗଡ଼଼ି ପଞ୍ଚାୟତରେ ଥିବା ବୈାଦ୍ଧ ବିହାରକୁ ଜାପାନର ବୈାଦ୍ଧ ଭିକ୍ଷୁ ଜୁନ୍‍ସେଇ ଟେରାସାଓା ପରିଦର୍ଶନ କରିଛନ୍ତି। ଏଠାରେ ଥିବା ବୈାଦ୍ଧ ଧୃମ ଓ ବୈାଦ୍ଧ କ୍ଷେତକୁ ପରିଦର୍ଶନ କରି ନିଜର ସନ୍ତୋଷ ପ୍ରକାଶ କରିବା ସହିତ ବସବାସ କରୁଥିବା ବୈାଦ୍ଧ ପରିବାରକୁ ପରିଭ୍ରମଣ କରିଛନ୍ତି। ଏହି ଅବସରରେ ବୈାଦ୍ଧ ବିହାର ପରିସରରେ ବୈାଦ୍ଧ ଧର୍ମାବଲମ୍ବୀ, ଉପାସକମାନଙ୍କୁ ବୈାଦ୍ଧ ଧର୍ମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପରମ୍ପରାକୁ ରଗଡ଼଼ି, ନୂଆପାଟଣା, ମାଣିଆବନ୍ଧ ପ୍ରଭୃତି ଗ୍ରାମରେ ବୈାଦ୍ଧ ବାର୍ତ୍ତା ପ୍ରଚାର ପାଇଁ ଉପଦେଶ ଓ ପରାମର୍ଶ ଦେଇଛନ୍ତି। ରଗଡ଼଼ି ବୈାଦ୍ଧ ସଂଘର ସଭାପତି ମାୟାଧର ମହାପାତ୍ର, ସମ୍ପାଦକ ତ୍ରିଲୋଚନ ମହାପାତ୍ର, ଅକ୍ଷୟ ମହାପାତ୍ର, ସନାତନ ମହାପାତ୍ର, ଦାଶରଥୀ ମହାପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ବଳରାମ ନାହା, ଜୟନ୍ତ ମହାପାତ୍ର, ପୂର୍ବତନ ସରପଞ୍ଚ ଭାଗିରଥୀ ପାଣୀ, ବିଜୟଲକ୍ଷ୍ମୀ ପାଣି, ନୂଆପାଟଣା ବୈାଦ୍ଧ ସଂଘ ସମ୍ପାଦକ ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories