www.samajalive.in
Monday, December 8, 2025
27.1 C
Bhubaneswar

‘ପିତାଙ୍କ ମୃତ୍ୟୁ ପରେ ଝିଅ ପାଇବେ ସମ୍ପତ୍ତି’ ପୂର୍ବ ରାୟକୁ ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପିତାଙ୍କ ସମ୍ପତ୍ତିରେ ରହିଛି ଝିଅଙ୍କ ଅଧିକାର । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ କହିବା ଅନୁଯାୟୀ, ଜଣେ ବାପାଙ୍କର (ହିନ୍ଦୁ) ଯଦି ମୃତ୍ୟୁ ହୋଇଯାଲ ତେବେ ତାଙ୍କ ଝିଅ ମାନେ ତାଙ୍କ ଅର୍ଜିତ ସମ୍ପତ୍ତି ଭୋଗ କରିପାରିବେ । ଅର୍ଥାତ୍‍ ବାପାଙ୍କ ସମ୍ପତ୍ତିରୁ ଝିଅ ମାନେ ଅଧିକାର ପାଇପାରିବେ । ପୁଅମାନଙ୍କ ତୁଳନାରେ ଝିଅମାନଙ୍କର ମଧ୍ୟ ସମ୍ପତ୍ତିରେ ଅଗ୍ରାଧୀକାର ରହିଛି ।

ହିନ୍ଦୁ ମହିଳା ଉତ୍ତରାଧିକାରୀ ଅଧିନିୟମରେ ହିନ୍ଦୁ ମହିଳା ଏବଂ ବିଧବାଙ୍କ ସମ୍ପତ୍ତି ଅଧିକାର ଉପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ଗତକାଲିର ଏହି ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ଯଦି କୌଣସି ବ୍ୟକ୍ତିଙ୍କ ହଠାତ୍‍ ମୃତ୍ୟୁ ହୋଇଯାଏ ତେବେ ଝିଅମାନେ ତାଙ୍କ ଅଧିଗ୍ରହଣ ସମ୍ପତ୍ତି କିମ୍ବା ପରିବାରର ଉତ୍ତରାଧିକାରୀ ସମ୍ପତ୍ତିରେ ଅଂଶୀଦାର ହେବେ । ଅନ୍ୟମାନଙ୍କ ଅପେକ୍ଷା ଝିଅମାନଙ୍କୁ ସମ୍ପତ୍ତିରେ ଅଗ୍ରାଧିକାର ଦିଆଯିବ । ଏନେଇ ଜଷ୍ଟିସ୍ ଏସ୍. ଅବଦୁଲ ନାଜିର ଏବଂ ଜଷ୍ଟିସ କୃଷ୍ଣ ମୁରାରୀ ଏକ ୫୧ ପୃଷ୍ଠାର ଦଲିଲରେ ଦର୍ଶାଇଛନ୍ତି । ତାହା ସହ ସୁପ୍ରିମକୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି । ଯଦି ଜଣେ ହିନ୍ଦୁ ମହିଳା ହଠାତ୍‍ ମୃତ୍ୟୁ ବରଣ କରନ୍ତି, ତେବେ ତେବେ ତାଙ୍କ ସମ୍ପତ୍ତି ତାଙ୍କ ଭାଇଭଉଣୀ ଏବଂ ଅନ୍ୟମାନଙ୍କ କିଛି ଅଧିକାର ରହିଛି ।

- Advertisement -

ତାହା ସହ ସେହି ସମ୍ପତ୍ତିରେ ମଧ୍ୟ ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କ ଅଧିକାର ରହିବ । ପରେ ପିଲାମାନେ ସେହି ସମ୍ପତ୍ତି ଉପଭୋଗ କରିବେ । ତାହା ସହ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ଅନୁସାରେ ସନ୍ତାନହୀନ ହିନ୍ଦୁ ମହିଳାଙ୍କ ଯଦି ହଠାତ୍‍ ମୃତୃୁ ହୁଏ । ତେବେ ତାଙ୍କ ସମ୍ପତ୍ତି ମୂଳ ଉତ୍ସରୁ ଫେରସ୍ତ ହେବ । ଯାହାଠୁ ସେ ସମ୍ପତ୍ତି ଗ୍ରହଣ କରିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories