www.samajalive.in
Monday, December 8, 2025
27.1 C
Bhubaneswar

ପାଟିର ସ୍ୱାଦକୁ ଦ୍ୱିଗୁଣିତ କରେ ଏହି ପ୍ରସିଦ୍ଧ ଜିଲାପି

ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ମିଠା ଜିନିଷ ଖାଇବା ବେଶ ପସନ୍ଦ। କିଛି ଲୋକଙ୍କୁ ଖାଦ୍ୟ ଖାଇବା ପରେ ମିଠା ଖାଇବାକୁ ଭଲ ଲାଗେ। ସେଭଳି ଅନେକ ସମୟରେ ମନ ଦୁଃଖ କିମ୍ବା ଚିନ୍ତାଗ୍ରସ୍ତ ଥିବା ସମୟରେ ମିଠା ଜିନିଷ ଖାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ବୋଲି କୁହାଯାଏ। ସେଭଳି କିଛି ସ୍ୱତନ୍ତ୍ର ସ୍ଥାନରେ କିଛି ବିଶେଷ ମିଠା ଜିନିଷ ରହିଛି। ଯାହା ପାଟିର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ତେବେ ଜାଣନ୍ତୁ ମିଠା ତାଲିକାରେ ଥିବା ଭାରତର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଜିଲାପି ବିଷୟରେ ….
ଦେଶରେ ଭିନ୍ନ ସ୍ଥାନରେ ଓ ଭିନ୍ନ ଶୈଳୀରେ ପ୍ରସ୍ତୁତ ହେଉଥିବା ଜିଲାପିର ସ୍ୱାଦ ମଧ୍ୟ ଭିନ୍ନ।
ପନିର ଜିଲାପି – ଏହା ପଶ୍ଚିମବଙ୍ଗର ସବୁଠାରୁ ଲୋକପ୍ରିୟ ଜିଲାପି। ଏହା କ୍ରିମ, ମଇଦା, ଲେମ୍ବୁ, ଓ କ୍ଷୀରରେ ପ୍ରସ୍ତୁତ କରାଯାଏ।
ଖୁଆ ଜିଲାପି – ଏହା ମଧ୍ୟପ୍ରଦେଶର ପ୍ରସିଦ୍ଧ ଜିଲାପି। କ୍ଷୀରକୁ ଭଲ ଭାବେ ଫୁଟାଇ ସେହି କ୍ଷୀରରୁ, ମଇଦା ଆଦିର ମିଶ୍ରଣରୁ ପ୍ରସ୍ତୁତ କରାଯିବା ସହ ଥଣ୍ଡାକ୍ଷୀର କିମ୍ବା ମଲେଇ ସହ ଖିଆଯାଏ।
ଜାଙ୍ଗରୀ – ଏହା ବିରି ଡାଲିର ଘୋଳରେ ପ୍ରସ୍ତୁତ କରାଯାଏ। ସ୍ୱାଦରେ ଏହା ଖଟାଳିଆ। ବିଶେଷ କରି ଉତ୍ତରପ୍ରଦେଶ ଓ ବିହାରରେ ଲୋକେ ଏହାର ମଜାର ନେଇ ଥାଆନ୍ତି।
ଜଲେବା – ଏହାକୁ ଜିଲାପିର ବଡ ଆକାର ବୋଲି କୁହାଯାଏ। ଉତ୍ତର ଭାରତରେ ଏହାର ଲୋକପ୍ରିୟତା ଅଧିକ। ଅଟାରେ ପାଣି ବ୍ୟବହାର କରି ରାତିସାରା ରଖି ସକାଳେ ଏହାକୁ ଛାଣି ପ୍ରସ୍ତୁତ କରାଯାଏ।
ବିରି ଜିଲାପି – ଏହାକୁ ମଧ୍ୟ ବିରି ଡାଲି ବ୍ୟବହାର କରି ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଏ।
ଇମରତୀ ଜିଲାପି – ଏହାକୁ ବିରି ଡାଲି, କଣ୍ଣପ୍ଲୋର,କେସରରେ ପ୍ରସ୍ତୁତ କରି ସିରାରେ ପକାଯାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories