www.samajalive.in
Monday, December 8, 2025
27.1 C
Bhubaneswar

ଆନ୍ଧ୍ରକୁ ସାମରିକ ଆଡ୍ଡା କରିବ ବାୟୁ ସେନା!

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା (ଆଇଏଏଫ) ଆନ୍ଧ୍ରପ୍ରଦେଶକୁ ସାମରିକ ରଣନୀତିର ଆଡ୍ଡା ବା କେନ୍ଦ୍ର କରିବାକୁ ଯୋଜନା କରିଛି। ପୂର୍ବତଟର ରଣନୀତିକ ଗୁରୁତ୍ୱକୁ ଦୃଷ୍ଟିରେ ବାୟୁ ସେନା ଆନ୍ଧ୍ରରେ ନିଜ ଉପସ୍ଥିତିକୁ ମଜଭୁତ କରିବାକୁ ଚାହୁଁଛି। ଏହି କ୍ରମରେ ବାୟୁ ସେନା ପକ୍ଷରୁ ପ୍ରଥମେ ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲା ଡୋନାକୋଣ୍ଡାରେ ଏକ ହେଲିକପ୍ଟର ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହାସହ ଅନନ୍ତପୁର ଜିଲାରେ ଏକ ଡ୍ରୋନ ନିର୍ମାଣ କାରଖାନା, ଅମରାବତିଠାରେ ଏକ ସାଇବର ସିକ୍ୟୁରିଟି କେନ୍ଦ୍ର, ରାଜମୁନ୍ଦ୍ରି ଏବଂ ବିଜୟୱାଡ଼ଠାରେ ବିମାନ ଘାଟି ପ୍ରତିଷ୍ଠା କରିବାକୁ ବାୟୁ ସେନା ଯୋଜନା କରିଥିବା ବରିଷ୍ଠ ଅଧିକାରୀମାନେ ପ୍ରକାଶ କରିଛନ୍ତି। ବଙ୍ଗୋପସାଗରରେ ଚୀନର ଉପସ୍ଥିତି ଓ ବଢୁଥିବା ବିପଦର ମୁକାବିଲା ପାଇଁ ପୂର୍ବ ତଟ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ତେଣୁ ଆନ୍ଧ୍ରପ୍ରଦେଶରେ ସାମରିକ ଆଡ୍ଡା ପ୍ରତିଷ୍ଠା କରିବାକୁ ଆଏଏଫ ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ପ୍ରାଥମିକ ଟାକ୍ସ ଦଳ ଗଠନ କରାଯାଇଛି। ଏହି ଦଳ ଆଏଏଫ ଓ ଅନ୍ୟ ସଂସ୍ଥା ସହ ସମନ୍ୱୟ ରଖିବାରେ କାର୍ଯ୍ୟ କରିବ। ଏନେଇ ଆଇଏଏଫ ବରିଷ୍ଠ ଅଧିକାରୀମାନେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି। ଡୋନାକୋଣ୍ଡାରେ ହେଲିକପ୍ଟ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆନ୍ଧ୍ରପ୍ରଦେଶ ସରକାର ୨,୭୦୦ ଏକର ଜମି ପ୍ରଦାନ କରିବାକୁ ରାଜି ହୋଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories