ମହାରାଷ୍ଟ୍ରରେ ଟିକା ନେଇନଥିବା ଅଧିକାଂଶ ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ : ଦେଶରେ ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ସେହିପରି ମହାରାଷ୍ଟ୍ରରେ ଟିକା ନେଇନଥିବାରୁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ଡିସେମ୍ବର ୧ ରୁ ଜାନୁଆରୀ ୧୭ ଯାଏଁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି।
ରାଜଧାନୀ ଦିଲ୍ଲୀରୁ ଆଶ୍ୱସ୍ତିକର ଖବର ମିଳିଛି। ଗତ ୪ ଦିନ ମଧ୍ୟରେ ସଂକ୍ରମଣରେ ୫୦ % ହ୍ରାସ ଘଟିଛି। ଦିଲ୍ଲୀରେ ୨୪ ଘଣ୍ଟାରେ ୧୨,୫୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚୀନରେ ସୋମବାର ରେକର୍ଡ କରାଯାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ବୋଲି ଜଣାପଡିଛି।
Comments are closed.