www.samajalive.in
Tuesday, December 9, 2025
16.1 C
Bhubaneswar

ହାଇଦରାବାଦ ଭୋଟର ତାଲିକାରୁ ୩୦ ଲକ୍ଷ ନାମ କଟାକୁ ନେଇ ବିବାଦ, ଚିନ୍ତାରେ ନିର୍ବାଚନ ଆୟୋଗ

ହାଇଦରାବାଦ : ହାଇଦରାବାଦ ଭୋଟର ତାଲିକାରୁ ପ୍ରାୟ ୩୦ ଲକ୍ଷ ଲୋକଙ୍କ ନାମକୁ କଟାଯିବା ବା ହଟାଯିବା ଘଟଣା ନିର୍ବାଚନ କମିଶନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏନେଇ ନିର୍ବାଚନ କମିଶନ ପ୍ରତିନିଧି ଦଳ ରବିବାର ଚିନ୍ତା ପ୍ରକଟ କରିଛନ୍ତି। ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବାକୁ ଆସିଥିବା ଦଳ ସୋମବାର ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ। ଏହା ପୂର୍ବରୁ ଭୋଟର ତାଲିକାରେ ବଡ଼ ଧରଣର ଗଡ଼ବଡ଼ ନେଇ ଅଭିଯୋଗ ହୋଇଛି। କାହିଁକି ଓ କିପରି ୩୦ ଲକ୍ଷ ଲୋକଙ୍କ ନାମ ଭୋଟର ତାଲିକାରୁ କଟାଗଲା ତାହା ରାଜ୍ୟ ସରକାର ସ୍ପଷ୍ଟ କଲେ ର୍ହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ତେଲଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍‍) ପକ୍ଷରୁ ଚେତାବନୀ ଦିଆଯାଇଛି। ନିର୍ବାଚନ କମିଶନଙ୍କ ପ୍ରତିନିଧି ଦଳ ହାଇଦରାବାଦ, ରଙ୍ଗା ରେଡ୍ଡୀ ଏବଂ ମେଦଚାଲ ଜିଲାପାଳଙ୍କୁ ଏନେଇ ପଚରାଉଚୁରା କରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇନାହିଁ। ତେବେ ଭୋଟର ତାଲିକା ସଂଶୋଧନରେ କେତେଦିନ ଲାଗିବ ସେ ନେଇ ରିପୋର୍ଟ ଦାଖଲ କରିବାକୁ ପ୍ରତିନିଧି ଦଳ ୩ ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ନିର୍ବାଚନ କମିଶନ ମଙ୍ଗଳବାର ବୈଠକରେ ତେଲଙ୍ଗାନା ନିର୍ବାଚନ ନେଇ ନିଷ୍ପତ୍ତି ନେବ। ନିର୍ବାଚନ କମିଶନ ପ୍ରତିନିଧି ମଣ୍ଡଳୀର ପରାମର୍ଶ ଅନୁସାରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ମିଜୋରମ ସହ ଏକାସାଙ୍ଗରେ ତେଲଙ୍ଗାନା ନିର୍ବାଚନ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ। କାହିଁକି ୩୦ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ କଟାଗଲା ସେ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ନ ଦେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କଂଗ୍ରେସ, ତେଲୁଗ ଦେଶମ, ତେଲଙ୍ଗାନା ଜନ ସମିତି ଏବଂ ବାମଦଳଗୁଡ଼ିକ ଧମକ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories