www.samajalive.in
Monday, December 8, 2025
17.1 C
Bhubaneswar

ଚୀନ୍‍ରେ ମାଙ୍ଗ୍‍ଖୁଟ୍‍ ଘୂର୍ଣ୍ଣିଝଡ଼ର ତାଣ୍ଡବ ; ୧୧୧ ଆହତ, ୮୦୦ ବିମାନ ବାତିଲ

ହଂକଂ : ଚୀନ୍‍ର ଅଧିକ ଜନବହୁଳ  ଗୁଆଙ୍ଗ୍‍ଡୋଙ୍ଗ୍‍ ପ୍ରଦେଶରେ ମାଙ୍ଗ୍‍ଖୁଟ୍‍ ଘୂର୍ଣ୍ଣିଝଡ଼ ବ୍ୟାପକ ଘୟକ୍ଷତି ଘଟାଇଛି। ଘଣ୍ଟା ପ୍ରତି ୧୬୨ କିଲୋମିଟର ବେଗରେ ପବନ ବହୁଛି। ହଂକଂରେ ତାଣ୍ଡବ ସୃଷ୍ଟି କରିବା ପୂର୍ବରୁ ଏହି ଘୂର୍ଣ୍ଣିଝଡ଼ ଫିଲିପାଇନ୍‍ସରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।  ସେଠାରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଚଳିତ ବର୍ଷର ଏହି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ରବିବାର ଅପରାହ୍ଣରେ ଚୀନ୍‍ର ଉପକୂଳବର୍ତ୍ତୀ ଜିଆଙ୍ଗ୍‍ମେନ୍‍ ନଗରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା । ଚୀନ୍‍ର ସରକାରୀ ଗଣମାଧ୍ୟମ ଗୁଡ଼ିକରେ କୁହାଯାଇଛି, ଗୁଆଙ୍ଗ୍‍ଡୋଙ୍ଗ୍‍ ପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ରେଡ୍‍ ଆଲର୍ଟ ଜାରି କରାଯାଇଛି ।

- Advertisement -

ହଂକଂ ସହରର ସୁଉଚ୍ଚ ଅଟ୍ଟାଳିକାର ଅନେକ ଝରକା ଓ କାଚ ଭାଙ୍ଗିଯାଇଛି । ଭଙ୍ଗା ଝରକା ଓ କାଚ ଆଦି ପବନରେ ଉଡ଼ିଆସି ଲୋକମାନଙ୍କୁ ଆଘାତ ଦେବାର ଆଶଙ୍କା ଥିବାରୁ ଘର ଭିତରେ ରହିବା ପାଇଁ ହଂକଂର ଅଧିବାସୀମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୧୧ ଜଣ ଲୋକ ଆହତ ହୋଇଛନ୍ତି । ଦୋକାନ ବଜାର ଓ ସାର୍ବଜନୀନ ସେବାକେନ୍ଦ୍ର ଗୁଡ଼ିକୁ ବନ୍ଦ ରଖାଯାଇଛି। ହଂକଂ ବିମାନ ବନ୍ଦରୁ ୮୦୦ ବିମାନ ଚଳାଚଳକୁ ବାତିଲ କରାଯାଇଛି। ଫଳରେ ୧ ଲକ୍ଷରୁ ଅଧିକ ଯାତ୍ରୀ ଅଟକି ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories