www.samajalive.in
Monday, December 8, 2025
17.1 C
Bhubaneswar

କାଜାଖସ୍ତାନରେ ସୈନ୍ୟ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଜାରି

ଅଲମାଟି: କେନ୍ଦ୍ର ଏସିଆର ସର୍ବବୃହତ ରାଷ୍ଟ୍ର କାଜାଖସ୍ତାନରେ ଦେଶର ସୈନ୍ୟବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏଥିରେ ଏପର୍ଯ୍ୟନ୍ତ ୧୬୦ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ୬ ହଜାର ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇସାରିଲାଣି । କେବଲ ଅଲମାଟି ସହରରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଦେଶର ରାଷ୍ଟ୍ରପତି କାସିମ ଜୋମାର୍ଟ ତୋକାୟେଭ ଏକ ଜରୁରୀକାଳୀନ ବୈଠକ ଡକାଇ ଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସରକାରୀ ସୂତ୍ରରୁ କୁହାଯାଇଛି ଯେ ଅଧିକାଂଶ ଅଞ୍ଚଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି । ସୂଚନାଯୋଗ୍ୟ ଯେ ଦେଶରେ ଇନ୍ଧନ ମୂଲ୍ୟବୃଦ୍ଧିକୁ କେନ୍ଦ୍ରକରି ପ୍ରାୟ ଏକ ସପ୍ତାହ ହେଲା ଏଭଳି ବିରୋଧାଭାସ, ବିକ୍ଷୋଭ ଏବଂ ସଂଘର୍ଷ ଲାଗିରହିଛି । ବିକ୍ଷୋଭକାରୀମାନେ ପ୍ରାୟ ୧୦୦ରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟାଙ୍କ ଉପରେ ଆକ୍ରମଣ କରିବା ସହିତ ଲୁଟପାଟ କରିଛନ୍ତି । ସେମାନଙ୍କ ଆକ୍ରମଣରେ ୪ଶହରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ଇତିମଧ୍ୟରେ ଦେଶର ପୂର୍ବତନ ନିରାପତ୍ତା ମୁଖ୍ୟଙ୍କୁ ଗିରଫ କରାଯାଇଥିବା ସରକାରୀ ସୂତ୍ରରୁ କୁହାଯାଇଛି । ସେ ବିକ୍ଷୋଭକାରୀଙ୍କୁ ସମର୍ଥନ କରୁଥିବା ସନ୍ଦେହରେ ପୁଲିସ ତାଙ୍କୁ ଗିରଫ କରିଛି । ଇତିମଧ୍ୟରେ କାଜାଖସ୍ତାନ ସରକାରଙ୍କ ଅନୁରୋଧକ୍ରମେ ରୁଷ ନେତୃତ୍ୱାଧୀନ କଲେକ୍ଟିଭ ସିକ୍ୟୁରିଟି ଟ୍ରିଟି ଅର୍ଗାନାଇଜେସନ (ସିଏସଟିଓ) ପକ୍ଷରୁ ସେଠାକୁ ସାମରିକ ସହାୟତା ପଠାଯାଇଛି । ଏହି ସୈନ୍ୟମାନେ କାଜାଖସ୍ତାନର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ମୁତୟନ ହୋଇଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories