www.samajalive.in
Tuesday, December 9, 2025
17.1 C
Bhubaneswar

ଆସନ୍ତା ୫ ବର୍ଷ ପାଇଁ ଓଡିଶା ହକି ଇଣ୍ଡିଆର ପ୍ରାୟୋଜକ ହେବ

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ପାଇଁ ଓଡିଶା ହକି ଇଣ୍ଡିଆର ପ୍ରାୟୋଜକ ହେବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ନୂଆ ଜର୍ସିକୁ ଉନ୍ମୋଚନ କରିଛନ୍ତି । ଏଥିରେ ଓଡିଶା ଲେଖାଥିବା ଲୋଗ ରହିଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ  ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଏହି ଜର୍ସିକୁ ଉନ୍ମୋଚନ କରାଯାଇଛି । ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଏଫଆଇଏଚ୍‌ର ସଭାପତି ନରିନ୍ଦର ବାତ୍ରାଙ୍କ ଓ ବହୁ ବରିଷ୍ଠ ପଦାଧିକାରୀ  ଉପସ୍ଥିତ ଥିଲେ । ପୂର୍ବତନ ହକି ଖେଳାଳୀ ଧନରାଜ ପିଲ୍ଲେ, ବିରେନ ରସ୍କାନାଙ୍କ ସହ ଓଡିଶାର  ଲୋକପ୍ରିୟ ପୂର୍ବତନ ହକି ଖେଳାଳୀ  ଦିଲ୍ଲୀପ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ ।

ହକି ଇଣ୍ଡିଆର ଜର୍ସିରେ ‘ଓଡିଶା- ଇଣ୍ଡିଆସ୍‌ ବେଷ୍ଟ କେପ୍ଟ ସିକ୍ରେଟ’  ଲେଖା ଅଛି ।  ଭାରତୀୟ ହକି ସହ ଓଡିଶା ଅନୁବନ୍ଧିତ ହୋଇ ବେଶ  ଖିସୀ, ଓଡିଶାରୁ ବହୁ ଭଲ ହକି ଖେଳାଳୀ ବାହାରିଛନ୍ତି । ହକିକୁ ଓଡିଶାରେ ଖେଳଠାରୁ ଅଧିକ ପ୍ରାଧାନ୍ୟତା ଦିଆଯାଏ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପ୍ରକାଶ କରିଛନ୍ତି । କେତକ ଆଦିବାସୀ ବହୁଳ ଅଞ୍ଚଳରେ ଏହା ଜୀବନଧାରା, ଦେଶର ପ୍ରଥମ ରାଜ୍ୟ ଭାବେ ଏହା ହକିକୁ ଏତେ ବିଶେଷତ୍ୱ ଦେଉଛି ଓ ଦେଶ ପାଇଁ ଏହା ଉପହାର ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

- Advertisement -

ଆସନ୍ତା ୫ ବର୍ଷ ପାଇଁ  ଉଭୟ ମହିଳା ଓ ପୁରୁଷ ହକି ଟିମ୍‌ ପ୍ରାୟୋଜକ ହେବ ଓଡିଶା । ଉଭୟ ମହିଳା ଓ ପୁରୁଷ ହକି ଟିମର ଜର୍ସି ଉପରେ ଓଡିଶା ଲେଖା ଥିବା ଲୋଗ ଶୋଭା ପାଇବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories