ପାକିସ୍ତାନକୁ ଚଳାଇବା ପାଇଁ ଟଙ୍କା ନାହିଁ ; ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍
ଅହମ୍ମଦାବାଦ . – ପାକିସ୍ତାନକୁ ଚଳାଇବା ପାଇଁ ଦେଶରେ ଟଙ୍କା ନ ଥିବା କଥା ସେଠାରେ ନୂଆକରି ପ୍ରଧାନମନ୍ତ୍ରୀ ହୋଇଥିବା ଇମରାନ୍ କହିଛନ୍ତି । ସେଠାକାର ସରକାରୀ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସେ ଏହି କଥା ପ୍ରକାଶ କରିଛନ୍ତି । ଆଗରୁ ଯେଉଁମାନେ ଦେଶକୁ ଚଳାଉଥିଲେ ସେମାନେ ଦେଶକୁ ଋଣଭାରରେ ବୁଡାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ବିଭିନ୍ନ କ୍ଷତି ହେଉଥିବା ପ୍ରକଳ୍ପରେ ପୂର୍ବରୁ ଥିବା ସରକାରମାନେ ପୁଞ୍ଜି ନିବେଶ କରିଥିଲେ । ଏମାନେ ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିବାରୁ ଦେଶ ଋଣ ଭାର ଭିତରକୁ ଠେଲି ହୋଇଯାଇଛି ବୋଲି ଇମରାନ୍ ଖାନ୍ ଅଭିଯୋଗ କରିଛନ୍ତି । ଏବେ ଆମର ପରୀକ୍ଷାର ବେଳ ଆସିଛି । ଏହାକୁ ସଫଳତାର ସହ ଅତିକ୍ରମ କରିବା ପାଇଁ ସେ ପାକିସ୍ତାନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।