ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବିପକ୍ଷ ଦଳ ବିଜେପିର ସମାଲୋଚନା କରି ତାଙ୍କ ସରକାରକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ବୋଲି ଶୁକ୍ରବାର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବିଜେପିର କିଛି ମୁଷ୍ଟିମେୟ ନେତା ଏହି ପ୍ରୟାସ ଆରମ୍ଭ କରିଛନ୍ତି ବୋଲି କୁମାରସ୍ୱାମୀ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ମୁଷ୍ଟିମେୟ ନେତାମାନେ କଂଗ୍ରେସ ଓ ଜନତା ଦଳ(ଏସ)ର ବିଧାୟକଙ୍କୁ ଲାଞ୍ଚ ଦେଇ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ବୋଲି କୁମାରସ୍ୱାମୀ ସ୍ପଷ୍ଟ କରିଥିଲେ। ଏପରିକି ଏଥିପାଇଁ ବିଧାୟକଙ୍କୁ ଅଗ୍ରୀମ ଟଙ୍କା ବଣ୍ଟନ କରାଯାଉଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ଯେକୌଣସି ପରିସ୍ଥିତି ପାଇଁ ତାଙ୍କ ଦଳ ପ୍ରସ୍ତୁତ ରହିଛି। ଆଗାମୀ ଦିନରେ ଏକ ମଜବୁତ୍ ସରକାର ନିର୍ମାଣ କ୍ଷେତ୍ରରେ ଚେଷ୍ଟା ଜାରି ରଖିଛନ୍ତି ବୋଲି ଶ୍ରୀ ସ୍ୱାମୀ ଆଶାପ୍ରକାଶ କରିଛନ୍ତି।
Popular Categories



