www.samajalive.in
Monday, December 8, 2025
27.1 C
Bhubaneswar

ଗୋପାଳପୁର ଏନ୍ ଏ ସି ରେ ଇଣ୍ଡୋର୍ ଷ୍ଟାଡିୟମ ଭିତ୍ତିପ୍ରସ୍ତର ,ପରିଦର୍ଶନ କଳା କେନ୍ଦ୍ର ,କାର୍ଯ୍ୟାଳୟ ଉଦଘାଟନ

ଗୋପାଳପୁର : ଗୋପାଳପୁର ଏନ୍ ଏ ସି ରେ ଇଣ୍ଡୋର୍ ଷ୍ଟାଡିୟମର ଭିତ୍ତିପ୍ରସ୍ତର ପ୍ରଦାନ ସହ ପରିଦର୍ଶନ କଳା କେନ୍ଦ୍ର ଓ ଏନ୍ ଏ ସି କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପ ଜିଲ୍ଲାପାଳ ତଥା ଏନ୍ ଏ ସି ପ୍ରଶାସକ ଭି.କୀର୍ତ୍ତି ଭାସନ, ଡୁଡ଼ା ପିଡି ସଚ୍ଚିଦାନନ୍ଦ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ପ୍ରଭାକର କୁଜୁର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ , ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାରେ ପର୍ଯ୍ୟଟକଙ୍କ ପାଇଁ ବହୁ ଉନ୍ନୟନ ମୁଳକ କାର୍ଯ୍ୟ ହୋଇଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବା ସହ ବେଳାଭୂମି ସଫା ସୁତରା ରହୁଥିବା ହେତୁ ଜିଲ୍ଲା ପ୍ରଶାସନ କୁ ଉଚ୍ଚ ପ୍ରଶଂସା କରିଥିଲେ।

ତାହା ସହ କଳା କେନ୍ଦ୍ର ରେ ପ୍ରିନ୍ସ ଡେନ୍ସ ଗ୍ରୁପ ପକ୍ଷରୁ ଦେଶାତ୍ମକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଇଣ୍ଡୋର୍ ଷ୍ଟାଡିୟମ ପରିସରରେ ମଲ୍ଟି ପ୍ରୋପଜ ଷ୍ଟାଡିୟମ , ବେଳାଭୂମିରେ ଏ ୱାନ ଶୌଚାଳୟ, ସ୍ମାର୍ଟ ପାର୍କ ର ଶୀଘ୍ର କାମ ସାରି ଉଦ୍ଘାଟନ କରାଯିବ ବୋଲି ଏନ୍ ଏ ସି ର ପ୍ରଶାସକ କହିଥିଲେ। ମୁଖ୍ୟମନ୍ତ୍ରୀ ତାରାତାରିଣୀ ଠାରେ ଉଦଘାଟନ କରିଥିବା ଏନ୍ ଏ ସି କାର୍ୟ୍ୟଳୟର ଫଳକ କୁ ଏନ୍ ଏ ସି କାର୍ୟ୍ୟାଳୟ ପରିସରରେ ସ୍ଥାପନ କରିଥିଲେ।ଏହା ସହ ମୁକ୍ତା ଯୋଜନାରେ କାର୍ୟକାରୀ ହେବାକୁ ଥିବା ବିଭିନ୍ନ କାର୍ଯ୍ୟର କାର୍ୟ୍ୟାଦେଶ ମହିଳା ସଂଘ କୁ ପ୍ରଦାନ କରିଥିଲେ।ଏଥିରେ କର୍ମଚାରୀ,ସ୍ଥାନୀୟ ଲୋକେ,ମହିଳା ସଂଘ ଉପସ୍ଥିତ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories