www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାରେ ୨୨୧ ନୂଆ ଆକ୍ରାନ୍ତ; ୨ କୋଟି ରାଜ୍ୟବାସୀଙ୍କର ପୂର୍ଣ୍ଣ ଟିକାକରଣ

ଭୁବନେଶ୍ୱର: ସମୁଦାୟ ଦେଶ ସହିତ ଓଡ଼ିଶାରେ ମଧ୍ୟ ଦୈନିକ କୋଭିଡ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୨୯ ଓ ସ୍ଥାନୀୟ ସଂକ୍ରମିତ ୯୨ ଜଣ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୪ ଜଣ ରହିଛନ୍ତି । ବାଲେଶ୍ୱର ୮, ବରଗଡ ୧, କଟକ ୧୫, ଢେଙ୍କାନାଳ ୩, ଗଜପତି ୨, ଗଞ୍ଜାମ ୨, ଜଗତସିଂହପୁର ୫, ଯାଜପୁର ୬, ଝାରସୁଗୁଡା ୫, କେନ୍ଦ୍ରାପଡାରୁ ୩ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ୧, ଖୋର୍ଦ୍ଧା ୯୮, କୋରାପୁଟ ୨, ମୟୁରଭଞ୍ଜ ୮, ନୟାଗଡ ୩, ନୂଆପଡା ୧, ପୁରୀ ୬, ରାୟଗଡା ୧, ସମ୍ବଲପୁର ୨୧, ସୋନପୁର ୧, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୨୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ରାଜ୍ୟରେ ୧୮୫ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୧୫୯୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ଜଣାଯାଇଛି । ଏହି ଅବସରରେ ଓଡ଼ିଶା ଏହାର ୨ କୋଟିରୁ ଅଧିକ ରାଜ୍ୟବାସୀଙ୍କର ପୂର୍ଣ୍ଣ ଟିକାକରଣ କରିବା ସହିତ କୋଭିଡ ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories