www.samajalive.in
Monday, December 8, 2025
27.1 C
Bhubaneswar

ଖ୍ରୀଷ୍ଟମାସ ବିଶେଷ ; ପ୍ରସ୍ତୁତ କରନ୍ତୁ ଏହି କେକ୍‌

ଆବଶ୍ୟକ ସାମଗ୍ରୀ
କିସମିସ୍ – ୨କପ
ପେଷା ଚିନି – ଆବଶ୍ୟକ ପରିମାଣରେ
ମଇଦା – ୨କପ
୧ ଚାମଚ ବେକିଂ ପାଉଡର
ଚକୋ ପାଉଡର ଗୁଣ୍ଡ
ଅଣ୍ଡା – ୨ଟି
ବଟର – ଆବଶ୍ୟକ ପରିମାଣରେ
ଚେରି
ପ୍ରସ୍ତୁତି ପ୍ରଣାଳୀ –
ସର୍ବପ୍ରଥମେ ଏକ ପାତ୍ରରେ କିସମିସ୍ ନେଇ ସେଥିରେ ପେଷା ଚିନି ଭଲ ଭାବରେ ମିଶାନ୍ତୁ । ଏହା ପରେ ଏକ ପାତ୍ରରେ ମଇଦା ନେଇ ସେଥିରେ ବେକିଂ ପାଉଡର ମିଶାନ୍ତୁ । ଏବେ ଏକ ପାତ୍ରରେ ବଟର ନେଇ ଏହାକୁ ଭଲ ଭାବେ ଫେଣ୍ଟି ଏଥିରେ ୨ଟି ଅଣ୍ଡା ଭାଙ୍ଗି ପକାଇ ଭଲ ଭାବେ ଗୋଳାନ୍ତୁ । ଏହା ପରେ ଏହି ମିଶ୍ରଣରେ ଚକୋ ପାଉଡର ଗୁଣ୍ଡ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳାନ୍ତୁ । ଏବେ ଏଥିରେ ମଇଦା ମିଶାଇ , ବର୍ତ୍ତମାନ ଏହି ମିଶ୍ରଣରେ କିସମିସ୍ ଏବଂ ଚିନିର ମିଶ୍ରଣ ମିଶାନ୍ତୁ ଏବଂ ଏକ ପାତ୍ରରେ ରଖି ଏହାକୁ ଏକ ଆକୃତି ଦିଅନ୍ତୁ । (ଗୋଲାକାର, ଚାରିକଣିଆ ନିଜ ପସନ୍ଦ ଅନୁଯାୟୀ) । ମାଇକ୍ରୋଓଭେନରେ କେକ୍ କୁ ୩୫୦ ଡିଗ୍ରୀ ତାପମାତ୍ରାରେ ୪୦ ମିନିଟ୍ ପାଇଁ ରଖନ୍ତୁ । ଏବେ କେକ୍‌ କୁ ଏକ ପାତ୍ରକୁ କାଢି ଏହାଉପରେ ସାମାନ୍ୟ ଚିନି ଓ ଚେରି ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କେକ୍‌ ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories