www.samajalive.in
Tuesday, December 9, 2025
16.1 C
Bhubaneswar

ଲୁଣର କରାମତି

ଲୁଣ ଏପରି ଏକ ଜିନିଷ , ବ୍ୟଞ୍ଜନ ହେଉ ଅଥବା ଯେକୌଣସି ଖାଦ୍ୟପ୍ରସ୍ତୁତି ଏହାର ବ୍ୟବହାର ବିନା ଖାଦ୍ୟ ସ୍ୱାଦହୀନ । ଖାଦ୍ୟ ପ୍ରସ୍ତୁତିରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କଲେ ମଧ୍ୟ ଲୁଣ ବ୍ୟବହାର ନିତାନ୍ତ ଆବଶ୍ୟକ । ଲୁଣ କେବଳ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ଏହା ବାସ୍ତୁ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ ।
ଜାଣନ୍ତୁ….
ଏକ ପାତ୍ରରେ ପାଣି ନେଇ ସେଥିରେ ଲୁଣ ମିଶାଇ ଘରର ଏକ କୋଣରେ ରଖନ୍ତୁ । ଏହା ନକରାତ୍ମକ ଶକ୍ତି ଦୂର କରିଥାଏ ।
ଗାଧୁଆ ଘରେ ଏକ ଛୋଟ ପାତ୍ରରେ ଲୁଣ ରଖନ୍ତୁ । ଏହାଦ୍ୱାରା ପରିବାର ସଦସ୍ୟ ସ୍ୱାସ୍ଥ୍ୟ ଜନିତ ତଥା ଶାରୀରିକ ଓ ମାନସିକ ସମସ୍ୟା ଲାଗି ରହୁଥିଲେ, ଏହା ଦୂର ହୋଇଥାଏ ।
ପରିବାରର କୌଣସି ସଦସ୍ୟଙ୍କ ଦେହ ଖରାପ ଲାଗି ରହୁଥିଲେ ତାଙ୍କ କକ୍ଷରେ ଏକ କାଚ ପାତ୍ରରେ ଲୁଣ ରଖିବା ସହ ସପ୍ତାହକୁ ଥରେ ଏହାକୁ ବଦଳାନ୍ତୁ ।
କାହାରିକୁ ମଧ୍ୟ ହାତରେ ଲୁଣ ଦିଅନ୍ତୁ ନାହିଁ । ଚାମଚର ବ୍ୟବହାର କରନ୍ତୁ । ନଚେତ ଏହାଦ୍ୱାରା କଳହ ହୋଇଥାଏ ।
ସପ୍ତାହକୁ ୩ କିମ୍ବା ୪ ଥର ପାଣିରେ ଲୁଣ ପକାଇ ଘର ପୋଛନ୍ତୁ ।ଏହାଦ୍ୱାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories