www.samajalive.in
Sunday, December 7, 2025
13.1 C
Bhubaneswar

ମହାନଦୀତଟ ସୁରକ୍ଷା ସବୁଜୀକରଣ ପାଇଁ ଜିଲ୍ଲାପ୍ରଶାସନର ନୂତନ ପ୍ରୟାସ

ହରଭଙ୍ଗା :  ମହାନଦୀତଟ ସୁରକ୍ଷା ସାଙ୍ଗକୁ ସୌନ୍ଦର୍ଯ୍ୟତା ଓ ଜଳ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଗ୍ରୀନେରୀ ଡ୍ରାଇଭ ଭଳି ନୂତନ ପ୍ରୟାସ ଶୁଭାରମ୍ଭ କରାଯାଇଛି। ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଜରୀଆରେ ବୁଧୁବାର ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅର୍ନ୍ତଗତ ପରଗଳପୁର ମହାନଦୀ ଘାଟରେ ଗ୍ରୀନେରୀ ଡ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣି ଦଳ ବେହେରା ଯୋଗଦାନ କରିଥିଲେ। ଏହି ଅବସରରେ ଓଡିଶାବାସୀଙ୍କ ଜୀବନରେଖା ମହାନଦୀର ତଟ ସୁରକ୍ଷା ଏବଂ ସୌନ୍ଦର୍ଯ୍ୟତା ପାଇଁ ବୃକ୍ଷ ରୋପଣ କରାଯାଇଥିଲା। ଏହା ସହିତ ନଦୀଘାଟ ଗୁଡିକ ସ୍ୱଛତା ରଖିବା ସହ ନଦୀ ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସାମୁହିକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଦୀର ସୁରକ୍ଷା ହେଲେ ନଦୀ ବଂଚିବ,ଚାଷ ବଂଚିବ,ଚାଷି ବଂଚିବ ଏବଂ ସମସ୍ତେ ବଂଚିବା ଦିଗରେ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବା ଏହି ଗୀନେରୀ ଡ୍ରାଇଭ କାର୍ଯ୍ୟକ୍ରମର ମୂଲଲକ୍ଷ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ସହ ଅନ୍ୟତମ ଅତିଥିଭାବେ ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପ,ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ,ହରଭଙ୍ଗା ବି.ଡି.ଓ ସ୍ମିତାରାଣୀ ରଥ,ବୌଦ୍ଧ ଉଠାଜଳସେଚନ ସହକାରୀ ଯନ୍ତ୍ରୀ ଇଂ ଲକ୍ଷ୍ମଣ ଦାଶ ଠାକୁର,ଯନ୍ତ୍ରୀ ସୁବ୍ରତ କୁମାର ମଲ୍ଲିକ ,ରାମଗଡ ସରପଂଚ ନରେଶ ସେଠିଙ୍କ ସହ ଗ୍ରାମର ମହିଳାମାନେ ଯୋଗଦାନ କରିଥିଲେ। ବୌଦ୍ଧ ଜିଲ୍ଲାପ୍ରଶାସନର ଏଭଳି ନୂତନ ପ୍ରୟାସଙ୍କୁ ସାଧାରଣରେ ପ୍ରଂଶସା କରାଯାଇଛି। ସୂଚନା ଥାଉ କି ଗତ ୨୦୧୮-୧୯ ମସିହାରେ ମହାନଦୀ ତଟ ସୁରକ୍ଷା ପାଇଁ ସବୁଜ ମହାନଦୀ ମିଶନ ଭଳି ଏକ ମହତ୍ ଯୋଜନା କାର୍ଯ୍ୟକାରୀ କରାଗଲା।ମହାନଦୀ ମିଶନ କାର୍ଯ୍ୟକ୍ରମ ଜରୀଆରେ ବେସରକାରୀ ଜମିରେ ୧୬.୨ହେକ୍ଟର,ମହାନଦୀ କୂଳିଆ ରାସ୍ତାରେ ୧୪କି.ମି,ଜଙ୍ଗଲ ମଧ୍ୟରେ ଖାଲିଥିବା ସ୍ଥାନରେ ୬୫ହେକ୍ଟର ଏବଂ ବ୍ଲକସ୍ତରୀୟ ୧୦ହେକ୍ଟର ଜାଗାରେ ୨୦୧୮-୧୯ ଆର୍ଥୀକ ବର୍ଷରେ ଚାରାରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ପରବର୍ତୀ ସମୟରେ ସବୁଜ ମହାନଦୀ ମିଶନ ସରକାରୀ ନାଲିଫିତା ତଳେ ଚାପିହୋଇ ରହିଯାଇଥିଲା।

 

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories