www.samajalive.in
Tuesday, December 9, 2025
15.1 C
Bhubaneswar

ଓଡିଶାରେ ଓମିକ୍ରନ ; ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ଓଡିଶାରେ ଆଜି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି  ସରକାରଙ୍କ ତତ୍ପରତା ଦେଖାଦେଇଛି। ଲୋକସେବା ଭବନରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯାଉଛି।
ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁଯାୟୀ, ଓଡିଶାକୁ ନଭେମ୍ବରରୁ ଏଯାଏଁ ୮୮୦୦ ବିଦେଶ ଫେରନ୍ତା ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଭୂତାଣୁ ଅଧିକ ସଂକ୍ରମିତ ଥିବା ଦେଶରୁ ୧୬୦୦ ଲୋକ ଆସିଛନ୍ତି। ବିଦେଶ ଫେରନ୍ତାଙ୍କ ଆରଟିପିସିଆର ନମୁନାରୁ ୧୨ ପଜିଟିଭ ଚିହ୍ନଟ ହୋଇଥିଲେ। ୧୨ ପଜିଟିଭଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ହୋଇଥିଲା, ସେମାନଙ୍କ ମଧ୍ୟରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨ ଜଣଙ୍କ ମଧ୍ୟରୁ ଜଣେ ନାଇାଜେରିଆ ଓ ଅନ୍ୟ ଜଣେ କତାର ଫେରନ୍ତା। ଉଭୟ ଅଧିକ ସଂକ୍ରମିତ ନଥିବା ଦେଶରୁ ଆସିଥିଲେ। ଉଭୟଙ୍କ ମଧ୍ୟରୁ ଜଣଙ୍କର କିଛି ଲକ୍ଷଣ ନାହିଁ, ଅନ୍ୟ ଜଣଙ୍କର ଅଳ୍ପ କାଶ ହେଉଛି। ଉଭୟ ସଙ୍ଗରୋଧରେ ଅଛନ୍ତି ଓ ଭଲ ଅଛନ୍ତି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି। ଏହାସହ ୨୧ ଜଣ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି। ସମସ୍ତ ୨୧ ଜଣଙ୍କର ନମୁନା ପରୀକ୍ଷା କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଓମିକ୍ରନ ଚିହ୍ନଟ ଆକ୍ରାନ୍ତ ଜଗତସିଂହପୁରର କଟକରେ ଚିକିତ୍ସାଧୀନ ହେଉଥିବା ବେଳେ ଓ ଅନ୍ୟ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି। ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories