www.samajalive.in
Monday, December 8, 2025
27.1 C
Bhubaneswar

କରାଚୀରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା: ଜଣେ ଗିରଫ

କରାଚୀ: ପାକିସ୍ତାନର କରାଚୀ ସହରରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତି ସୋମବାର ଦିନ ମନ୍ଦିର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଭିତରେ ଏକ ହାତୁଡି ଧରି ଯୋଗମାୟାଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଥିଲେ। କରାଚୀର ରାଞ୍ଚୋର ଲାଇନ ଅଞ୍ଚଳରେ ଏହି ଘଟଣା ଘଟିଛି। ସ୍ଥାନୀୟ କିଛି ଲୋକ ଏହା ଦେଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଧରି ସ୍ଥାନୀୟ ପୁଲିସ ଜିମା ଦେଇଥିଲେ। ତାଙ୍କ ବିରୁଦ୍ଧରେ ଅନ୍ୟ ଧର୍ମକୁ ଅପମାନିିତ କରିବା ଅଭିଯୋଗରେ ବିଭିନ୍ନ ଦଫା ଲଗାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ବିଜେପିର ମନଜିନ୍ଦର ସିଂ ସିର୍ସା ତୀବ୍ର ନିନ୍ଦା କରିଛନ୍ତି। ଏହା ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସମୁଦାୟଙ୍କ ବିରୋଧରେ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ବୋଲି ସେ କହିଛନ୍ତି। ଆନ୍ତର୍ତାଜିକ ସ୍ତରରେ ଏହି ପ୍ରସଙ୍ଗ ଉଠାଇ ହିନ୍ଦୁ ଓ ଶିଖମାନେ ଯେଭଳି ମୁକ୍ତ ଭାବରେ ସେମାନଙ୍କର ଧର୍ମୀୟ ଭାବନାକୁ ଅତୁଟ ରଖିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ଗତ ଅକ୍ଟୋବର ମାସରେ ସିନ୍ଧ ପ୍ରଦେଶରେ ଥିବା ହନୁମାନ ଦେବୀ ମାତା ମନ୍ଦିରରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। କିଛି ଅଜ୍ଞାତ ଚୋର ମନ୍ଦିର ଭିତରେ ପଶି ଦେବୀଙ୍କର ଅଳଙ୍କାର ଓ ନଗଦ ଅର୍ଥ ଲୁଟି ନେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories