www.samajalive.in
Monday, December 8, 2025
27.1 C
Bhubaneswar

ଚିନ୍ତା ବଢାଉଛି ରାଜଧାନୀରେ ଓମିକ୍ରନ ; ଚିହ୍ନଟ ହେଲେ ଆଉ ୨୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ରାଜଧାନୀରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦେଶରେ ଦ୍ରୁତି ଗତିରେ ଏହା ବ୍ୟାପୁଥିବା ଦେଖାଯାଉଛି। ରାଜଧାନୀ ଦିଲ୍ଲୀରେ ଆଉ ୨୪ ନୂଆ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ଦିଲ୍ଲୀରେ ସୁବଠାରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଏଯାଏଁ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି।
ଦେଶରେ , ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି ।ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ୟ୍ୟନ୍ତ ସର୍ବାଧିକ ୫୪ ଜଣ ଲୋକ ଏହି ନୂତନ ପ୍ରକାରରେ ସଂକ୍ରମିତ ହୋଇଥିଲେ। ମାତ୍ର ମଙ୍ଗଳବାର ଦିନ ଦିଲ୍ଲୀରେ ୨୪ ଓମିକ୍ରନ୍ ସଂକ୍ରମିତ ହେବା ଫଳରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୫୪ କୁ ବୃଦ୍ଧି ପାଇଛି ।
ଓମିକ୍ରନ୍ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଗୁଜରାଟର ଅନେକ ସହରରେ ଡିସେମ୍ବର ୩୧ ପର୍ୟ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଆଗକୁ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷକୁ ଦୃଷ୍ଟିରେ ରଖି ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାତି ୧ ଟାରୁ ସକାଳ ୫ ଟା ପର୍ୟ୍ୟନ୍ତ ରାତିର କର୍ଫ୍ୟୁ ଲାଗୁ ହେବ ।
ସେହିପରି ଓମିକ୍ରନ୍ ଭାରିଆଣ୍ଟ ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହି ସଂକ୍ରମଣ ହେତୁ ଆମେରିକାରେ ପ୍ରଥମ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ନିଶ୍ଚିତ ହୋଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories