www.samajalive.in
Monday, December 8, 2025
27.1 C
Bhubaneswar

୫ ଦଫା ଦାବୀରେ କିଷାନ ସଂଘର ତହସିଲ ଅଫିସ ଘେରାଉ

ହରଭଙ୍ଗା: ଭାରତୀୟ କିଷାନ ସଂଘ ବୌଦ୍ଧ ଶାଖା ପକ୍ଷରୁ ୫ଦଫା ଦାବୀରେ ଶୁକ୍ରବାର ସକାଳେ ହରଭଙ୍ଗା ତହସିଲ ଅଫିସ ଘେରାଉ କରାଯାଇଥିଲା।ତହସିଲଦାରଙ୍କୁ ଚାଷୀଙ୍କ ସମସ୍ୟା ସର୍ମ୍ପକୀତ ଏକ ଦାବୀପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା। କିଷାନ ସଂଘ ସଭାପତି ସୂ୍‍ର୍ଯ୍ୟନାରାୟଣ ମହାପାତ୍ର,ସମ୍ପାଦକ ଇଂ ବିକାଶ କୁମାର ମହାକୁଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବ୍ଲକର ଚାରିଛକ କାଠ ଡିପୋଠାରେ ଏକତ୍ରୀତ ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ହରଭଙ୍ଗା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଚାଷୀଙ୍କୁ ମରୁଡି, ବାତ୍ୟା ପ୍ରାପ୍ୟ ପ୍ରଦାନ, ଧଳପୁର, ରାମଗଡଠାରେ ବୃହତ ମେଗାଜଳସେଚନ ପ୍ରକଳ୍ପ ନିର୍ମାଣ, ଚାଷିଙ୍କୁ ରବି ଋଣ ପ୍ରଦାନ ସାଙ୍ଗକୁ ରବି ଫସଲ ପାଇଁ ମାଗଣା ବିହନ ଯୋଗାଇବା ସର୍ମ୍ପକୀତ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଆଜି ଏହି ଘେରାଉ ବେଳେ ସଂଘର ଦୂତିବାହାନ କମ୍ପ, ଲବ ପ୍ରଧାନ, କାଳନ୍ଦୀଚରଣ କ୍ଷେତି, କୁନା ମାହାର, ବିଶିକେଶନ ପ୍ରଧାନ, ମକରଧ୍ୱଜ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories