ମିରଟ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବା ବିଜେପି ନେତାଙ୍କ ପାଇଁ ଏକ ଧାରା ପାଲଟି ଯାଇଛି। ଏବେ ଏହି ଧାରାରେ ପୁଣି ଥରେ ସାମିଲ୍ ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଧିକ ଆଖୁଚାଷ ହିଁ ମଧୁମେହର କାରଣ ବୋଲି କହିଛନ୍ତି ଆଦିତ୍ୟନାଥ।
ଦିଲ୍ଲୀ-ସାହାରନପୁଣ ଜାତୀୟ ରାଜପଥ ଉଦ୍ଘାଟନ ଅବସରରେ ବାଘପତ୍ଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ଆଦିତ୍ୟନାଥ କହିଛନ୍ତି ଯେ ଅଧିକ ଆଖୁ ହିଁ ମଧୁମେହ ରୋଗର ଅନ୍ୟତମ କାରଣ। ଆଖୁଚାଷ ବୃଦ୍ଧି ପାଇଲେ ଉପଯୋଗ ମଧ୍ୟ ବୃଦ୍ଧି ପାଇବ। ଅଧିକ ଆଖୁ ଖାଇଲେ ରକ୍ତରେ ଶର୍କରା ବଢ଼ିବ। ତେଣୁ ଆଖୁ ଚାଷ ବଦଳରେ ଅନ୍ୟ ଶସ୍ୟ ଚାଷ କରିବାକୁ ଚାଷୀମାନେ ଚିନ୍ତା କରିବା ଆବଶ୍ୟକ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଦେଶର ସର୍ବାଧିକ ଆଖୁ ଉତ୍ପାଦନକାରୀ ରାଜ୍ୟ। ଅକ୍ଟୋବର ୨୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆଖୁ ଅମଳ ହେବ।
ଅଧିକ ଆଖୁ ଚାଷ କଲେ ମଧୁମେହ ହେବ: ଆଦିତ୍ୟନାଥ
Popular Categories



