www.samajalive.in
Tuesday, December 9, 2025
16.1 C
Bhubaneswar

ପାକିସ୍ତାନରେ ୧୮ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ଇସଲାମାବାଦ : ପାକିସ୍ତାନ ବୁଧବାର ୧୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ପାକିସ୍ତାନ ଜଳ ସୀମାରେ ପ୍ରବେଶ କରି ମାଛ ମାରୁଥିବା ବେଳେ ୧୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ଓ ୩ଟି ଡଙ୍ଗା ଜବତ କରାଯାଇଛି ବୋଲି ପାକିସ୍ତାନ ତଟରକ୍ଷୀ ବାହିନୀ (ପିଏମ୍‍ଏସ୍‍ଏ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗିରଫ ସମସ୍ତ ମତ୍ସ୍ୟଜୀବୀ ଗୁଜରାଟ ଅଞ୍ଚଳର ବୋଲି ଜଣାପଡିଛି। ପ୍ରାଥମିକ ଯାଞ୍ଚ ପରେ ସମସ୍ତ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପୁଲିସ୍‍କୁ ହସ୍ତାନ୍ତର କରାଯାଇଛି। ପୁଲିସ୍‍ ସେମାନଙ୍କ ବିରୋଧରେ ପାକିସ୍ତାନ ଜଳ ସୀମାରେ ଅବୈଧ ପ୍ରବେଶ ଅଭିଯୋଗରେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି । ଗୁଜରାଟ ପୋରବନ୍ଦର ଏବଂ ଓଖା ତାଲୁକର ସମସ୍ତ ମତ୍ସଜୀବୀ ମଙ୍ଗଳବାର ଆରବସାଗରକୁ ମାଛ ମାରିବାକୁ ଯାଇଥିଲେ। ସେମାନେ ଅନ୍ତର୍ଜାତୀୟ ଜଳ ସୀମା ଅତିକ୍ରାନ୍ତ କରି ପାକିସ୍ତାନ ସୀମାରେ ପ୍ରବେଶ କରିଯାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories