www.samajalive.in
Monday, December 8, 2025
27.1 C
Bhubaneswar

ପର୍ଯ୍ୟଟକଙ୍କ ପାଇଁ ଅଟଳ ଟନେଲରେ ଭିଡ ଲାଗିଛି

ମନାଲି: ହିମାଚଳ ପ୍ରଦେଶ ସମେତ ସମଗ୍ର ଉତ୍ତର ଭାରତରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ବଢିବାରେ ଲାଗିଛି । ସେଥିପାଇଁ ଅନେକ ପର୍ଯ୍ୟଟନସ୍ଥଳରେ ଥିବା ହୋଟେଲଗୁଡିକର ପ୍ରକୋଷ୍ଠ ଭରପୂର ହୋଇଯାଇଥିବାବେଳେ ବଜାର ଘାଟରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । ସୋମବାର ଲାହୁଲ ଓ ସ୍ପିତି ଜିଲାରେ ସାନି ତୁଷାରପାତ ହେବା ଫଳରେ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧିପାଇଛି । ତାହାସହିତ ଅଟଳ ଟନେଲ ଏବଂ ସିସୁ ମଧ୍ୟରେ ଗାଡିଗୁଡିକର ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଲାହୁଲ ଓ ସ୍ପୀତି, କିନ୍ନୌର ଏବଂ କୁଲ୍ଲୁ ଜିଲାରେ ତାପମାତ୍ରା ଆହୁରି ହ୍ରାସପାଇବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ହିମାଚଳପ୍ରଦେଶସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ ମୁଖ୍ୟ କହିଛନ୍ତି ଯେ ଏହିସବୁ ସ୍ଥାନରେ ତାପମାତ୍ରା ବିଯୁକ୍ତ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ । ଏହା ଆହୁରି ହ୍ରାସପାଇବ । ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ପବନ ଯୋଗୁଁ ତାପମାତ୍ରା ହ୍ରାସପାଇବା ସହିତ ଥଣ୍ଡାପାଗ ଲାଗି ରହିବ । ସୂଚନାଯୋଗ୍ୟ ଯେ ଅଟଳ ଟନେଲର ସାଉଥ ପୋର୍ଟାଲ (ଏସପି) ମନାଲି ଠାରୁ ୨୫ କିଲୋମିଟର ଦୂରରେ ୩୦୬୦ ମିଟର ଉଚ୍ଚତାରେ ଅବସ୍ଥିତ ହୋଇଥିବାବେଳେ ନର୍ଥ ପୋର୍ଟାଲ (ଏନପି) ତେଲିଙ୍ଗ, ସିସୁ ଗ୍ରାମ ନିକଟରେ ସମୁଦ୍ର ପତନ ଠାରୁ ୩୦୭୧ ମିଟର ଉଚ୍ଚତାରେ ଅବସ୍ଥିତ । ୯.୦୨ କିଲୋମିଟର ଦୀର୍ଘ ଅଟଳ ଟନେଲ ବିଶ୍ୱର ଦୀର୍ଘତମ ଟନେଲ ଏବଂ ଏହା ମନାଲି ସହିତ ଲାହୁଲ-ସ୍ପିତି ଉପତ୍ୟକାକୁ ବର୍ଷତମାମ ସଂଯୋଗ କରୁଛି । ଏହି ଟନେଲ ନିର୍ମାଣ ହେବା ପୂର୍ବରୁ ଲାହୁଲ-ସ୍ପିତି ଉପତ୍ୟକା ବରଫ ପାତ କାରଣରୁ ବର୍ଷର ଛଅମାସ ବିଚ୍ଛିନ୍ନ ହୋଇ ରହୁଥିଲା । ଏହି ଟନେଲ ନିର୍ମାଣ ହେବାପରେ ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର ଏବଂ ଯାତାୟତ ସମୟ ପ୍ରାୟ ୪ରୁ ୫ ଘଣ୍ଟା ହ୍ରାସ ପାଇଛି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories