www.samajalive.in
Tuesday, December 9, 2025
17.1 C
Bhubaneswar

‘ପିଏମ୍ଇସି ପାଇଁ ଦିନଟିଏ’ ଅଭିଯାନର ଶୁଭାରମ୍ଭ

ଗୋପାଳପୁର : ଶିତଳାପଲ୍ଲୀ ଠାରେ ବୈଷୟିକ ଶିକ୍ଷାନୁଷ୍ଠାନ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଆଜି  ଏକ ନିଆର ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ନିଆରା ଅଭିଯାନର ନାଁ ରଖାଯାଇଛି ‘ପିଏମ୍ଇସି ପାଇଁ ଦିନଟିଏ’। ମହାବିଦ୍ୟାଳୟର ଅଧ୍ୟାପକ ଡ଼ ସାଗର ମୁର୍ମୁଙ୍କ ତତ୍ତ୍ଵାବଧାନରେ ଛାତ୍ର ପ୍ରତିନିଧି ରାହୁଲଙ୍କ ଦ୍ଵାରା ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏହି କ୍ରମରେ ଆଜି ମହାବିଦ୍ୟାଳୟର ସକ୍ରିୟ ଇମାଜିକ୍ସ ସାମାଜିକ ସଂଗଠନ ଓ ଏନଏସଏସର  ମିଳିତ ଉଦ୍ୟମରେ ମହାବିଦ୍ୟାଳୟର କ୍ୟାମ୍ପସ ପରିସରକୁ ସଫା କରାଯାଇଥିଲା ।  ଆଗାମୀ ଦିନରେ ପ୍ରତ୍ୟେକ ରବିବାରରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟ ସହ କଲେଜ ପାଇଁ ସ୍ବେଚ୍ଛାକୃତ ଭାବରେ କିଛି କରିବା ନିମନ୍ତେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିବା ପ୍ରଫେସର ମୁର୍ମୁ ମତ ପୋଷଣ କରିଛନ୍ତି । ଆଜି ଅନୁଷ୍ଠିତ ସ୍ୱଚ୍ଛତା ଅଭିଯାନରେ ମହାବିଦ୍ୟାଳୟର ବିଦ୍ୟାର୍ଥୀ ଶୁଭମ, ସଂସ୍କାର, ସତ୍ୟଜିତ ଡାକୁଆ, ରୋଷନ କୁମାର, ଆୟୁଷ ରାୟ, ଚିନ୍ମୟ, ନୃସିଂହ, ସଂଜୀବ ସାହୁ, ସାହିଲ ଅହେମ୍ମଦ ରାଜା, ସୁହାନା ପଟ୍ଟନାୟକ, ଗୌତମ କୁମାର, ପ୍ରିୟଙ୍କା ମହାପାତ୍ର, ଶୁଭ୍ରବିନ୍ଦୁ, ଦୀପ୍ତିମୟୀ ପ୍ରଧାନ, ସାଗର ବେହେରା, ଅମ୍ରିତା ଓ ପ୍ରତ୍ୟସାଙ୍କ ସହ ଅନେକ ବିଦ୍ୟାର୍ଥୀ ଏଥିରେ ସାମିଲ ହୋଇଥିଲେ। ସେଇ ଭଳି ବି.ଟେକ ତୃତୀୟ ବର୍ଷର ଅଭିପ୍ସା ଓ କେ. ବିଜୟ କୁମାର ରେଡ଼ି ସହଯୋଗ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଦେବା ସହ ଏଭଳି କାମକୁ ପ୍ରଶଂସା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories