www.samajalive.in
Monday, December 8, 2025
27.1 C
Bhubaneswar

ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର କ୍ରୀଡା ସଂସଦ ଓ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ସଂଗଠନର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଧାବିକାରାଣୀ ଦୁତୀ ଚାନ୍ଦ, ସମାଜସେବୀ ଦିଲିପ ଛତାର ଓ ନଗର ବିଜେଡି ସଭାପତି ବିଷ୍ନୁଚରଣ ପରିଡା ପ୍ରମୁଖ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଆଥଲେଟିକ ମିଟରେ ଅଞ୍ଚଳର ପ୍ରାୟ ୫୦୦ ଯୁବତୀ-ଯୁବକ ଅଂଶ ଗ୍ରହଣ କରିଥିବାବେଳେ ୧୨ଟି ବିଭାଗ ଖେଳରେ ୨୭୬ଜଣକୁ ପୁରସ୍କୃତ କରାଯାଇଥିବା ବିବେକାନନ୍ଦ ସଂଗଠନ ସଂପାଦକ ଭୀମସେନ ବିଶ୍ୱାଳସୂଚନା ଦେଇଛନ୍ତି । ବ୍ଲକ ଅଥଲେଟିକ ସଂସଦର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ବରାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୋସିଆଲ ଡେଭଲପମେଣ୍ଟର ସଂପାଦକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଶ୍ୱିନୀ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଗଠନର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ ପରିଚାଳନା କରିଥିଲେ। ମାନସ କୁମାର ପରିଡା, ପ୍ରଶନ୍ନ ସାହୁ, କାହ୍ନୁ ଚରଣ ଜେନା, ଅନୀଲ ମହାନ୍ତି,ମାନସ ରଞ୍ଜନ ଖୁଣ୍ଟିଆ,ସୁରେଶ ରାଉତରାୟ,ନିରଞ୍ଜନ ସାହୁ,ସୁଜିତ ଦାସ,ମୋହନ ବେହେରା,ଭାସ୍କର ପ୍ରସାଦ ମହାପାତ୍ର,ଉମେଶ ରାଉତରାୟ,ପ୍ରଭାତୀ ଜେନା, ଶ୍ରୀକାନ୍ତ ପାକଳ, ଭୈରବ ମହାନ୍ତି, ରିଆଜ ଅଲ୍ଲୀ ସାହା ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories