www.samajalive.in
Monday, December 8, 2025
20.1 C
Bhubaneswar

୧୨ ଦିନ ହେବ ଆକ୍ବାଗାର୍ଡ ଅଚଳ, ମିଳୁନି ପିଇବା ପାଣି

ରେଙ୍ଗାଲିକେମ୍ପ: ଅତାବିରା ଏନଏସିର ବସଷ୍ଟାଣ୍ଡ ଛକରେ ଜନ ସାଧାରଣଙ୍କ ପାଇଁ ରହିଛି ଏକ ଥଣ୍ଡା ପାନୀୟ ଜଳ ନିମନ୍ତେ ଏକ ଫ୍ରିଜର। ଏହି ପାନୀୟ ଜଳର ସୁବିଧା କରିଥିଲେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯେତେବେଳେ ସେ ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଥିଲେ। ସେହି ଆକୁଆଗାର୍ଡଟି ଆଜିକୁ ୧୨ ଦିନ ହେବ ଅଚଳ ହୋଇ ପଡ଼ିଛି। ଫଳରେ ସେମାନଙ୍କୁ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ମିଳୁନି। ସ୍ଥାନୀୟ ଲୋକେ ଟିକିଏ ପାଣି ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି।
ଶ୍ରୀମତୀ ଛୁରିଆ ବିଧାୟିକା ପାଣ୍ଠିରୁ ଏହି ପାନୀୟ ଜଳର ବ୍ୟବସ୍ଥା କରିଥିଲେ। ଅନେକ ଲୋକ ଏଥିରୁ ଉପକୃତ ହେଉଥିଲେ। ଏମିତି କି ଅନେକ ଦୋକାନୀ, ଅନେକ ଯାତ୍ରୀ ତଥା ଅନେକ ଲୋକ ପିଇବା ପାଇଁ ବୋତଲରେ ପାଣି ଭର୍ତ୍ତି କରି ନେଉଥିଲେ।

 

- Advertisement -

କିନ୍ତୁ କିଛି ଖଳପ୍ରକୃତିର ଲୋକମାନେ ଏହାକୁ ଅଚଳ କରିଦେଇଥିବା ଅଭିଯୋଗ କରିଛନ୍ତି। ସେମାନେ ପାଣି ଟ୍ୟାପ ଭାଙ୍ଗି ଯାଇଛି। ଏମିତି ବାରମ୍ବାର ଟ୍ୟାପଗୁଡ଼ିକ ଭାଙ୍ଗିଯାଉଥିବାରୁ ଏନଏସି କର୍ତ୍ତୃପକ୍ଷ ଏହାର ସ୍ଥାୟୀ ମରାମତି ପାଇଁ ଦାବି ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତଥା ଜନ ସାଧାରଣ ଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଏହାର ଶୀଘ୍ର ମରାମତି ସହ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଦାବି ହେଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories