www.samajalive.in
Monday, December 8, 2025
27.1 C
Bhubaneswar

ଉଷୁମ ପାଣିର ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ

ଉଷୁମ ପାଣି ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ହୋଇଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ …….

ଉଷୁମ ପାଣିର ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ମାଂସପେଶୀ ପାଇଁ ମଧ୍ୟ ଲାଭଦାୟକ।

- Advertisement -

ଉଷୁମ ପାଣି ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ସବୁଠାରୁ ଅଧିକ ଲାଭ ଶରୀରର ପାଚନ ତନ୍ତ୍ରକୁ ହୋଇଥାଏ। ଉଷୁମ ପାଣି ପିଇବା ଦ୍ବାରା ପାଚନ କ୍ରିୟା ସଠିକ ଭାବେ ହୋଇଥାଏ। ଏହାଦ୍ବାରା ପେଟ ସଫା ରହିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଠାରୁ ମୁକ୍ତି ମିଳିଥାଏ। ଏହାସହ ଗ୍ୟାସ ସମ୍ବନ୍ଧୀୟ ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ।

ଯଦି ଆପଣ ମୋଟାପଣ ନେଇ ଚିନ୍ତିତ ତେବେ ଉଷୁମ ପାଣି ପିଅନ୍ତୁ। ଏପରି କରିବା ଦ୍ବାରା ପାଚନ କ୍ରିୟା ସଠିକ ଭାବେ ହେବା ସହ ଶରୀରରୁ ଫ୍ୟାଟ ଅଂଶ କମାଇ ଦେଇଥାଏ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ଉଷୁମ ପାଣିରେ ମହୁ ଓ ଲେମ୍ବ ରସ ଚିପୁଡି ପିଇବା ଦ୍ବାରା ଓଜନ ଠିକ ରହିଥାଏ।

ଯଦି ଶରୀରରେ ରକ୍ତ ଠିକ ଭାବେ ସଞ୍ଚାଳନ ହେଉ ନଥାଏ ତେବେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ତେଣୁ ଉଷୁମ ପାଣି ପିଇବା ଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ। ଏହାସହ ରକ୍ତ ଠିକ ଭାବେ ସଞ୍ଚାଳନ ହୋଇଥାଏ। ଏହାସହ ଅନେକ ରୋଗ ଠାରୁ ଲଢିବାକୁ ମଧ୍ୟ ଶରୀରକୁ ଶକ୍ତି ଦେଇଥାଏ। ତେଣୁ ପ୍ରତିଦିନ ଉଷୁମ ପାଣି ପିଇବାର ଅଭ୍ୟାସ କରନ୍ତୁ।

ଉଷୁମ ପାଣି ପିଇବା ଦ୍ବାରା ପେଟର ଅନେକ ସମସ୍ୟା ଭଲ ହେବା ସହ ମୁହଁର ଚମକ ବୃଦ୍ଧି ହୋଇଥାଏ। ଏହା ମୁହଁକୁ ବ୍ରଣମୁକ୍ତ କରିଥାଏ। କାରଣ ଉଷୁମ ପାଣି ଶରୀର ମଧ୍ୟକୁ ଯାଇ ଦୂଷିତ ପଦାର୍ଥ ବାହାର କରିଥାଏ।

ଥଣ୍ଡା-କାଶରୁ ମୁକ୍ତି : ଆପଣଙ୍କୁ ଯଦି ଅନେକ ଦିନ ଧରି ଥଣ୍ଡା-କାଶ ଲାଗି ରହୁଥାଏ ତେବେ ନିୟମିତ ଉଷୁମ ପାଣି ପିଇବା ଦ୍ବାରା ସେଥିରୁ ଉପଶମ ମିଳିଥାଏ। ଏହାଦ୍ବାରା କଫ ବାହାରକୁ ନିର୍ଗତ ହୋଇଯାଇଥାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories