www.samajalive.in
Tuesday, December 9, 2025
16.1 C
Bhubaneswar

ଅହମଦାବାଦରେ ବୁରାଡ଼ିର ପୁନରାବୃତ୍ତି

ଅହମଦାବାଦ: ଗୁଜରାଟର ଅହମଦାବାଦଠାରେ ମଧ୍ୟ ଦିଲ୍ଲୀ ବୁରାଡ଼ି ଅନୁରୂପ ଘଟଣାର ପୁନରାବୃତ୍ତି ଘଟିଛି। ଏଠାରେ ମଧ୍ୟ ଗୋଟିଏ ପରିବାରର ୩ଜଣ ସଦସ୍ୟ ଏକକାଳୀନ ଆତ୍ମହତ୍ୟା କରିଛନ୍ତି। ଘଟଣା ପ୍ରଚ୍ଛଦରେ ତନ୍ତ୍ରମନ୍ତ୍ରକୁ ଦାୟୀ କରାଯାଉଛି। ତେବେ ପୁଲିସ ପକ୍ଷରୁ ତଦନ୍ତ ଅବ୍ୟାହତ ରହିଛି।
ପରିବାରର ମୁଖ୍ୟ କୁଣାଲ ତ୍ରିବେଦୀ ତାଙ୍କ ପରିବାର ସହ ନରୋଦାର ଅବନୀ ସ୍କାଇ ଏପାଟମେଣ୍ଟର ଏକ ଭଡ଼ା ଫ୍ଲାଟରେ ରହୁଥିଲେ।୪୫ବର୍ଷ ବୟସ୍କ କୁଣାଲ ଫାସି ଲଗାଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ପତ୍ନୀ କବିତା ଓ ୧୬ବର୍ଷ ବୟସ୍କ ଝିଅ ଶ୍ରୀନଙ୍କ ମୃତଦେହ ଫ୍ଲାଟ ମଧ୍ୟରୁ ଉଦ୍ଧାର କରିଛି ପୁଲିସ।
ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ କବିତା ଓ ଶ୍ରୀନ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବାବେଳେ ପରିବାରର ବୟୋଜେଷ୍ଠ ମହିଳା ତଥା କୁଣାଲଙ୍କ ମା’ ମୁଚ୍ଛିତ ଅବସ୍ଥାରେ କୋଠରୀ ମଧ୍ୟରୁ ଉଦ୍ଧାର କରାଯାଇଛି। ସେ ମଧ୍ୟ କୀଟନାସକ ଔଷଧ ପାନ କରିଥିଲେ, ହେଲେ ଏହି ଔଷଧର ପ୍ରଭାବ ତାଙ୍କ ଉପରେ ଅଧିକ ପଡ଼ି ନଥିଲା। ତାଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ଦୀର୍ଘ ୨୪ଘଣ୍ଟା କାଳ କୁଣାଲଙ୍କ ପ୍ଲାଟ ବନ୍ଦ ଥିଲା। ସମ୍ପର୍କିୟମାନେ ବାରମ୍ବାର ଫୋନ କରି କୌଣସି ଉତ୍ତର ନପାଇ ଶେଷରେ ପୁଲିସର ସହଯୋଗ ନେଇଥିଲେ।
କବାଟ ଭାଙ୍ଗି ପୁଲିସ ଉକ୍ତ ଫ୍ଲାଟ ମଧ୍ୟରେ ପ୍ରବଶେ କରିବା ପରେ କୁଣାଲଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ପତ୍ନୀ ଓ ଝିଅର ମୃତଦେହ ଘର ମଧ୍ୟରେ ପଡ଼ିଥିଲା। ପୁଲିସକୁ ଘର ମଧ୍ୟରୁ ଏକ ସୁଇସାଇଟ ନୋଟ ଜବତ କରିଛି। ଏଥିରେ ତନ୍ତ୍ର ମନ୍ତ୍ର ପାଇଁ ପରିବାରବର୍ଗ ପ୍ରାଣ ହରାଇ ଥିବା ଉଲ୍ଲେଖ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories