www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟାଧରପୁର ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଷ୍ଠା

ସୁଆଣ୍ଡୋ :  ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଇଷ୍ଟଦେବୀ ମା’ ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଷ୍ଠା ବୁଧବାର ଶେଷ ହୋଇଛି । ଏହି ଅବସରରେ ମନ୍ଦିରରେ ଠାକୁରାଣୀ ନୂତନ ସିଂହାସନ ବିଜେ କରିଥିବା ବେଳେ ପାର୍ଶ୍ୱଦେବତା ଙ୍କୁ ପ୍ରତିଷ୍ଠା କରାଯାଇ ସ୍ଥାପନ କରାଯାଇଛି। ୫ ଦିନ ଧରି ଯଜ୍ଞ କର୍ମ ଚାଲିଥିଲା । ରବିବାର ଅଙ୍କୁରାରୋପଣ ଧ୍ୟାନାଧିବାସ ମଣ୍ଡଳ କରଣ ସୋମବାର କଳସ ଯାତ୍ରା ଘଟମଣ୍ଡଳ ପୂଜା ଅଗ୍ନି ସ୍ଥାପନ ମଙ୍ଗଳ ବାର ନୂତନ ବିଗ୍ରହ ସ୍ନାନ ଶୟନ ସପ୍ତସତୀ ମନ୍ତ୍ରରେ ଆହୁତି କରାଯାଇ ବୁଧବାର ମାଆଙ୍କର ମନ୍ଦିର ପ୍ରବେଶ ସହିତ ପୂର୍ଣ୍ଣାହୁତି କରାଯାଇ ଥିଲା । ପଣ୍ଡିତ ମୃତ୍ୟୁଞ୍ଜୟ ଦାଶ ଓ ଅନ୍ୟାନ୍ୟ ୯ଜଣ ପଣ୍ଡିତ ଯଜ୍ଞ କର୍ମ ସମ୍ପାଦନ କରିଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ସାଂସଦ ପିନାକୀ ମିଶ୍ର ,ବ୍ଲକ ଅଧ୍ୟକ୍ଷ ସସ୍ମିତା ପ୍ରଧାନ . ଉପାଧ୍ୟକ୍ଷ ବିକ୍ରମକେଶରୀ ଜେନା, ଜିଲାପରିଷଦ ସଭ୍ୟ ଧ୍ରୁବ ଚରଣ ଦାଶ , ୩୩ ନଂ ଜୋନର ସମସ୍ତ ସରପଂଚ ସମିତି ସଭ୍ୟ ଏଥିରେ ଯୋଗଦେଇ ଥିଲେ । ଯଜ୍ଞରେ ଦୁଶାସନ ପ୍ରଧାନ ଓ ରଶ୍ମିତା ପ୍ରଧାନ କର୍ତ୍ତା ଭାବେ ରହିଥିଲେ । ପ୍ରତ୍ୟହ ସୂର୍ୟ୍ୟ ପୂଜା ଗୋ ପୂଜା ଓ ସ୍ତବ୍ଧ ଓ ସ୍ତୋତ୍ରପାଠ ସହିତ ସଂକିର୍ତ୍ତନ କରାଯାଇ ଥିଲା । ସମସ୍ତ ଙ୍କ ଦାଣ୍ତ ଦୁଆରେ ପୂର୍ଣ୍ଣ କୁମ୍ଭ ଦୀପ ଜଳୁଥିବା ବେଳେ ୫ ଦିନ ଧରି ଗ୍ରାମବାସୀ ହବିଷ୍ୟାନ୍ନ ରେ ରହିଥିଲେ । ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ସମସ୍ତ କାମ ସମ୍ପାଦନ ହୋଇଥିଲା ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories