www.samajalive.in
Monday, December 8, 2025
20.1 C
Bhubaneswar

ମୋଦୀ ସରକାର ଉପରେ ଖପ୍ପା ମେହେବୁବା, କହିଲେ ଗାନ୍ଧୀଙ୍କ ଭାରତ ହେଲାଣି ଗଡ଼ସେଙ୍କ ଭାରତ

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଉପରେ ପିଡିପି ନେତ୍ରୀ ମେହେବୁବା ମୁଫତି ଏତେ ମାତ୍ରାରେ ଖପ୍ପା ଯେ ସେ କୌଣସି ଘଟଣାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିବାକୁ ପଛାନ୍ତି ନାହିଁ। ଜାମ୍ମୁ କାଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ପ୍ରତ୍ୟାହାର ପରେ ପିଡିପି ନେତ୍ରୀ ମେହେବୁବା ସମ୍ପ୍ରତି ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି, ଦିନ ଥିଲା ବିଶ୍ୱରେ ଆମଦେଶ ମହାତ୍ମା ଗାନ୍ଧୀଙ୍କ ଭାରତ ଭାବେ ପରିଚିତି ଲାଭ କରିଥିବା ବେଳେ ଏବେ ଦେଶରେ ଦେଖାଦେଇଥିବା ବିଭିନ୍ନ ରାଜନୈତିକ ସମସ୍ୟା ଭାରତକୁ ବିଶ୍ୱରେ ଗଡ଼ସେଙ୍କ ଭାରତ ପରିଚୟ ଦେଉଛି।

ଭାରତ-ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ତିକ୍ତତା ନେଇ ମେହେବୁବା କହିଛନ୍ତି, ଯଦି କାର୍ଗିଲ ଯୁଦ୍ଧ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ପାକିସ୍ତାନ ସହ କଥା ହୋଇପାରିଲେ ଏବଂ ଭାରତ ସୀମା ଭିତରକୁ ଅନୁପ୍ରବେଶ ପରେ ଚୀନ ସହ ଆଲୋଚନା ହୋଇପାରୁଛି, ତେବେ ପୁଣି ପାକିସ୍ତାନ ସହ କଥାବାର୍ତ୍ତା କରିବାରେ କେଉଁଠି ସମସ୍ୟା ରହିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories