www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତ-ରୁଷ ୧୦ ବର୍ଷିଆ ସାମରିକ ସହଯୋଗ ଚୁକ୍ତି ସ୍ୱାକ୍ଷରିତ; ଭାରତରେ ତିଆରି ହେବ ୬ ଲକ୍ଷ କଲସନିକୋଭ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ: ସୋମବାର ସଂଧ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶିଖର ବୈଠକ ଆୟୋଜନ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସେମାନଙ୍କ ରୁଷ ପ୍ରତିପକ୍ଷଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ ଆଜି ମୋଦି ଓ ପୁତିନଙ୍କ ମଧ୍ୟରେ ଏକବିଂଶତମ ଭାରତ-ରୁଷ ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହେବ । ୨୦୧୯ ବ୍ରିକ ସମ୍ମିଳନୀ ପରବର୍ତ୍ତୀ ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଶାରୀରିକ ଉପସ୍ଥିତିରେ ପ୍ରଥମ ସମ୍ମୁଖ ବୈଠକ ହେବ । ତାହା ପୂର୍ବରୁ ରାଜନାଥ ସିଂ ଏବଂ ଏସ ଜୟଶଙ୍କର ରୁଷର ପ୍ରତିରକ୍ଷା ମନ୍ତ୍ର ଜେନେରାଲ ସର୍ଗି ଶୋୟିଗୁ ଏବଂ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କ ସହିତ ବୈଠକରେ ମିଳିତ ହୋଇଥିଲେ । ଏହି ଅବସରରେ ଆଫଗାନିସ୍ତାନ, ଚୀନ ଏବଂ ଆତଙ୍କବାଦଜନିତ ବର୍ଦ୍ଧିତ ବିପଦ ଏବଂ ସାମଗ୍ରିକ ଭାବରେ ବିଶ୍ୱ ପରିସ୍ଥିତି ଭଳି ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିବା କୁହାଯାଉଛି । ଏହି ଅବସରରେ ଭାରତ ଏବଂ ରୁଷ ମଧ୍ୟରେ କଲସନିକୋଭ ରାଇଫଲ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏଥିସହିତ ଦୁଇଦେଶ ମଧ୍ୟରେ ୧୦ ବର୍ଷିଆ ପ୍ରତିରକ୍ଷା ସହଯୋଗ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିବା ଜଣାଯାଇଛି । ରୁଷ ସହିତ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ସଂପ୍ରତି ଭାରତରେ ୬ ଲକ୍ଷ କଲସନିକୋଭ ଆସଲଟ ରାଇଫଲ ଭାରତରେ ତିଆରି କରାଯିବ ।
ଏହି ଅବସରରେ ପ୍ରକାଶ କରି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ ପ୍ରତିରକ୍ଷା ସହଯୋଗ ଦୁଇଦେଶ ମଧ୍ୟରେ ସହଭାଗିତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ବିବେଚିତ ହେଉଛି । ଭାରତ-ରୁଷ ସହଭାଗିତା ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହିତ ସ୍ଥିରତା ଆଣିଦେବ ବୋଲି ଶ୍ରୀ ସିଂ ଆଶା ପ୍ରକାଶ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories