www.samajalive.in
Monday, December 8, 2025
17.1 C
Bhubaneswar

ଧାନଫସଲ ନଷ୍ଟକୁ ନେଇ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ପାତ୍ରପୁର : ପାତ୍ରପୁର ବ୍ଳକ ତୁରୁବୁଡି ପଂଚାୟତ ଉଲୁମା ଗ୍ରାମର ଜଣେ ଚାଷୀ ଜମିରେ ଧାନଫସଲହାନି ଦେଖି ଭାରସ।ମ୍ୟ ହରାଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାମ କୈଳାସ ଶବର (୫୭) ବୋଲି ଜଣା ପଡ଼ିଛି । କୈଳାସ ଗ୍ରାମର ପି .ନାଗେଶ୍ୱର ପାତ୍ରଙ୍କ ପ୍ରାୟ ଦୁଇ ଏକର ଜମି ଭାଗ କରି ଧାନଚାଷ କରିଥିଲେ । ଚଳିତ ଲଘୁଚାପ ଜନିତ ବର୍ଷରେ ପାଚିଲା ଧାନ ଜମିରେ ପଡି ଯାଇଥିଲା । ଏହା ପରେ ନିକଟରେ ଥିବା ଖାରିନାଳ ପାଣି ଏହି ଧାନ ଜମି ଦେଇ ପ୍ରବାହିତ ହୋଇ ଥିଲା । ଏହା ଦେଖି ତାଙ୍କ ପତ୍ନୀ ପଦ୍ମା ଶବର ଜମିରୁ ନାଳ କରି ପାଣି ନିଷ୍କାସନ ପାଇଁ ତାଙ୍କୁ କହିଥିଲେ । ଏହା ପରେ କୈଳାସ ତୁରୁବୁଡି ଯିବାକୁ କହି ଘରୁ ଯିବାର କିଛି ସମୟ ପରେ ଫେରି ଆସିଥିଲେ । ଏହାର କିଛି କ୍ଷଣ ପରେ ସେ ଅଚେତ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ପତ୍ନୀ ଆମ୍ବୁଲାନ୍ସକୁ ଖବର ଦେଇ ଥିଲେ । ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସାପାଇଁ ନିଆ ଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁହୋଇଥିଲା। ଏହା ଜାଣିବା ପରେ ତାଙ୍କ ପତ୍ନୀ ଜରଡ। ପୋଲିସକୁ ଧାନ ଫସଲନଷ୍ଟ ଯୋଗୁଁ ଭାରସାମ୍ୟ ହରାଇ କୀଟନାଶକଔଷଧ ପିଇ ଆତ୍ମହତ୍ୟା କରିଥିବା ଥିବା ଜଣାଇ ଥିଲେ।

ଖାରିଆଗୁଡ଼ା ଫାଣ୍ଡିଅଧିକାରୀ ପ୍ରଫୁଲ୍ଲଚନ୍ଦ୍ର ଶତପଥି ଡାକ୍ତର ଖାନାରେ ପହଂଚି ଶବ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରାଯାଇଛି । ତାଙ୍କର ଚାରି ପୁଅ ଅଛନ୍ତି। ବଡ ପୁଅ ଭୁବନେଶ୍ୱରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଦ୍ୱିତୀୟ ପୁଅ କଲେଜ ପଢୁଛି । ତୃତୀୟ ପୁଅ ବାପାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରୁଥିବାବେଳେ ସାନ ପୁଅ ସ୍କୁଲରେ ପଢ଼ୁଥିବା ଜଣା ଯାଇଛି । ବିଭିନ୍ନସମୟରେ ସେ ଚାଷ କାର୍ଯ୍ୟ କରିବା ସହିତ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିଲେ। ତେବେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ଡାକ୍ତର ଖାନାରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଦଶ ହଜାରଟଙ୍କା ରେଡକ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ କରିଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories