www.samajalive.in
Saturday, December 6, 2025
26.1 C
Bhubaneswar

ନିୟନ୍ତ୍ରଣ ରେଖା ନିକଟରେ ୨୦୦ ଅଲ ବାଦର ଆତଙ୍କି; ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ଯୋଜନା

ନୂଆଦିଲ୍ଲୀ: ଆଫଗାନିସ୍ତାନ ସରକାରଙ୍କ ବିରୁଦ୍ଧରେ ତାଲିବାନ ସହିତ ମିଶି ଲଢେଇ କରିଥିବା ଅଲ ବାଦର ଆତଙ୍କି ଗୋଷ୍ଠୀର ପ୍ରାୟ ୨୦୦ ବନ୍ଧୁକଧାରୀ ଆତଙ୍କବାଦୀ ଏବେ ପାକିସ୍ତାନକୁ ଲାଗିଥିବା ଭାରତର ନିୟନ୍ତ୍ରଣ ରେଖା ନିକଟରେ ସମବେତ ହେଉଛନ୍ତି। ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ଆଫଗାନିସ୍ତାନରୁ ବାହାରି ଏଠାରେ ସମବେତ ହେଉଥିବା ଭାରତୀୟ ନିରାପତ୍ତା ବାହିନୀକୁ ଖବର ମିଳିଛି। ଏମାନଙ୍କ ବ୍ୟତୀତ ଆଉ ୧୦ରୁ ୧୨ ଜଣ ଆତଙ୍କବାଦୀ ମଧ୍ୟ ନିୟନ୍ତ୍ରଣ ରେଖା ନିକଟରେ ରହିଥିବା କୁହାଯାଉଛି, ଯେଉଁମାନେ ମୁଖ୍ୟତଃ ଆଫଗାନ ନାଗରିକ। ସେମାନେ ଭାରତ ମଧ୍ୟକୁ ଅନୁପ୍ରବେଶ ଯୋଜନା କରୁଛନ୍ତି। ଅଲ ବାଦର ଆତଙ୍କିମାନେ ଏବେ ପାକିସ୍ତାନ ପଟେ ଥିବା ନିକିଆଲ ଏବଂ କୋଟଲିସ୍ଥିତ ଆତଙ୍କି ତାଲିମ ଶିବିରରେ ରହିଛନ୍ତି ଏବଂ ଭାରତକୁ ଅନୁପ୍ରବେଶ କରିବା ସୁଯୋଗ ଅପେକ୍ଷାରେ ଅଛନ୍ତି। ସୂଚନାଯୋଗ୍ୟ ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଚଳିତ ସମୟରେ ଅଲ ବାଦର ଆତଙ୍କି ଗୋଷ୍ଠୀକୁ ସମସ୍ତ ସହାୟତା ଯୋଗାଇଦେଇ ଏହାକୁ ମଜଭୁତ କରିବାରେ ଲାଗିଛି। ଅନ୍ୟ ଏକ ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜମ୍ମୁ କାଶ୍ମୀରରେ ସଂପ୍ରତି ରହିଥିବା ଲସ୍କର ଇ ତଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କି ଗୋଷ୍ଠୀଗୁଡିକୁ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ପାକିସ୍ତାନରେ ଥିବା ସେମାନଙ୍କ ନିୟନ୍ତ୍ରଣକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ପଣ୍ଡି, ସ୍ଥାନୀୟ ରାଜନୈତିକ ବ୍ୟକ୍ତି, ସେନା ଓ ପୁଲିସ ପାଇଁ ସୂଚନାଦାତା ଭାବରେ କାମ କରୁଥିବା ବ୍ୟକ୍ତି ଏବଂ ଅନ୍ୟ ରାଜ୍ୟରୁ ଆସି ଜମ୍ମୁ କାଶ୍ମୀରରେ ଜୀବନ ନିର୍ବାହ କରୁଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ସେମାନଙ୍କୁ କୁହାଯାଇଛି। ନିକଟ ଅତୀତରେ ଏହିଭଳି କିଛି ଲୋକଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଉଦାହରଣ ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories