www.samajalive.in
Monday, December 8, 2025
27.1 C
Bhubaneswar

ସୁରକ୍ଷା ବାହିନୀ ବିରୋଧରେ ମାନବାଧିକାର କମିଶନ ମୁଖପାତ୍ରଙ୍କ ମନ୍ତବ୍ୟ ଭିତ୍ତିହୀନ

ଭାରତ ମାନବାଧିକାର ହାଇକମିଶନରଙ୍କୁ ଆତଙ୍କବାଦର ମାନବାଧିକାର ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବକୁ ନେଇ ଏକ ଉତ୍ତମ ବୁଝାମଣାର ବିକାଶ କରିବାକୁ ଅନୁରୋଧ କରିଛି। ଭାରତ କହିଛି ଯେ ହାଇକମିଶନରଙ୍କ ମୁଖପାତ୍ରଙ୍କ ଦ୍ୱାରା ଜାମ୍ମୁ କାଶ୍ମୀରର କିଛି ନିର୍ଦ୍ଦିଷ୍ଟ ଘଟଣା ଉପରେ ସୁରକ୍ଷା ବାହିନୀଗୁଡ଼ିକ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟ ଭିତ୍ତିହୀନ ଓ ଅମୂଳକ ଅଟେ।

ସରକାରୀ ମୁଖପାତ୍ର ଅରିନ୍ଦମ ବାଗ୍‍ଚୀ କହିଛନ୍ତି ଏଥିରୁ ଭାରତ ସମ୍ମୁଖୀନ ହେଉଥିବା ନିରାପତ୍ତା ପ୍ରତିବନ୍ଧକ ଗୁଡ଼ିକ ବିଷୟରେ ହାଇକମିଶନରଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅବଗତ ନୁହଁନ୍ତି ବୋଲି ଜଣାପଡ଼ୁଛି। ସେ କହିଛନ୍ତି ସୀମା ପାର ଆତଙ୍କବାଦ ଓ ମୌଳିକ ଅଧିକାର ଉପରେ ଏହାର ପ୍ରଭାବ ଯୋଗୁଁ ଦେଶ ପାଇଁ ନିରାପତ୍ତା ସମସ୍ୟା ସୃଷ୍ଟି ହେଉଛି। ଏହା ଜାମ୍ମୁ କାଶ୍ମୀରର ଜନସାଧାରଣଙ୍କ ବଞ୍ଚିବାର ଅଧିକାର ପ୍ରତି ମଧ୍ୟ ଏହା ଅସମ୍ମାନଜନକ ପରିସ୍ଥିତି ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

- Advertisement -

ଶ୍ରୀ ବାଗ୍‍ଚୀ କହିଛନ୍ତି, ଆତଙ୍କବାଦୀ ସଂଗଠନଗୁଡ଼ିକୁ ସଶସ୍ତ୍ର ବାହିନୀ କହିବା କମିଶନଙ୍କର ପକ୍ଷପାତ ମୂଳକ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ସେ କହିଛନ୍ତି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ଏହାର ନାଗରିକମାନଙ୍କର ମାନବିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ହେଉଛି ଏହାର ପ୍ରଧାନ ଦାୟିତ୍ୱ ଓ ସେ ଦୃଷ୍ଟିରୁ ସୀମାପାର ସନ୍ତ୍ରାସବାଦର ମୁକାବିଲା କରିବା ଅପରିହାର୍ଯ୍ୟ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories